ଏଣିକି ମହଙ୍ଗା ହେବ ଅନଲାଇନ୍ ଫୁଡ ଡେଲିଭରି

ନୂଆଦିଲ୍ଲୀ: ଏଣିକି ମହାଙ୍ଗା ହେବ ଅନଲାଇନ୍ ଫୁଡ ଡେଲିଭରି। ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ ଆଲୋଚନା ହେବ । ସ୍ୱିଗି ଓ ଜୋମାଟୋ ପରି ଫୁଡ ଡେଲିଭରି ଆପ୍ସ ଗୁଡିକୁ ୫ ପତିଶତ ଜିଏସଟି ଅନ୍ତର୍ଭୁକ୍ତ କରିବାକୁ କିମଟିର ଫିଟମେଣ୍ଟ ପ୍ୟାନେଲ ସୁପରିଶ କରିବା ପରେ ଏନେଇ ନିଷ୍ପତ୍ତି ନେବ ଜିଏସଟି କାଉନସିଲ କମିଟି । ଫଳରେ ସ୍ୱିଗି ଓ ଜୋମାଟୋରେ ଖାଦ୍ୟ ମଗାଇବା ମହାଙ୍ଗା ହେବ।
ଜିଏସଟି କାଉନସିଲ ବୈଠକ ଶୁକ୍ରବାର ଲକ୍ଷ୍ନୌ ଅନୁଷ୍ଠିତ ହେବ। ଏଥିରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ଯୋଗ ଦେବେ। ବର୍ତ୍ତମାନର ଅର୍ଥିକ ବ୍ୟବସ୍ଥା ଅନୁଯାୟୀ ଟ୍ୟାକ୍ସ ଆକାରରେ ସରକାରଙ୍କୁ ବାର୍ଷିକ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ତେଣୁ ଏହି ବ୍ୟରବସ୍ଥା ଉପରେ ପୁନଃ ବିଚାର କରି ପରିବର୍ତ୍ତନ କରାଯିବ ବୋଲି କୁହାଯାଉଛି।