Odisha Link
Bridging the Missing Links in Odisha

ଟ୍ରେନ୍ ଲାଇନ୍‌ଚ୍ୟୁତ: ଆଜି ଆଉ ୪ ଟ୍ରେନ୍‌ ବାତିଲ

ଅନୁଗୁଳ: ସୋମବାର ତାଳଚେରରୋଡ୍‌ ଠାରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଲଗାଣ ବର୍ଷା ଯୋଗୁ ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ମାଲବାହୀ ଟ୍ରେନ୍‌ଟି ଲାଇନଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁଁ ଆଜି ଆଉ ୪ଟି ଟ୍ରେନକୁ ବାତିଲ କରିଛି ପୂର୍ବତଟ ରେଳପଥ।

ବୁଧବାର ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି। ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟିକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି।

ଅପରପକ୍ଷେ ବୁଧବାର ପୁରୀ-ବିକାନିର ସ୍ପେଶାଲ ନିୟମିତ ରାସ୍ତା (ରୁଟ୍‌) ପରିବର୍ତ୍ତନ କରି ଜଖପୁରା-ଜରୋଲି-ଚକ୍ରଧରପୁର ହୋଇ ଚଳାଚଳ କରିବ। ରାଉରକେଲା-ପୁରୀ ସ୍ପେଶାଲକୁ ଆଂଶିକ ବାତିଲ କରାଯାଇଛି। ଯାହା ରାଉରକେଲା-ସମ୍ବଲପୁର ମଧ୍ୟରେ ଚାଲିବ। ସମ୍ବଲପୁରରୁ ପୁରୀ ମଧ୍ୟରେ ବାତିଲ ରହିବ ବୋଲି ସୂଚନା ଦିଆଯାଇଛି।

Leave A Reply

Your email address will not be published.