ଏଣିକି ନମ୍ବର ୧୧୨ ଡାଏଲରେ ମିଳିବ ପୁଲିସ ଓ ଅଗ୍ନିଶମ ସେବା

ଭୁବନେଶ୍ୱର: ଏଣିକି ଗୋଟିଏ ନମ୍ବରରେ ମିଳିବ ସବୁ ସେବା। ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୁଲିସ ଓ ଅଗ୍ନିଶମ ସେବା ମିଳିବ। ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ।
ବର୍ତ୍ତମାନ, ପୋଲିସର ନୂତନ ଜରୁରୀକାଳୀନ ନମ୍ବର ହେଉଛି ୧୧୨ | #ERSS #call112 pic.twitter.com/uOO4urD9Of
— Odisha Police (@odisha_police) August 24, 2021
ବିଶେଷକରି ଏହାଦ୍ୱାରା ମହିଳା ଏବଂ ବୃଦ୍ଧ ଉପକୃତ ହେବ। ୧୧୨ ନମ୍ବର ଦ୍ୱାରା ଜରୁରୀ ସମୟରେ ଶୀଘ୍ର ସେବା ମିଳି ପାରିବ। ସେହିଭଳି ପୂର୍ବରୁ ପୋଲିସ ପାଇଁ ୧୦୦କୁ ଡାଏଲ୍ କରାଯାଉଥିବା ବେଳେ ୧୧୨ରେ ବି ପୋଲିସକୁ କଲ୍ କରି ହେବ। ୧୧୨ ନମ୍ବରଟି ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ।