Odisha Link
Bridging the Missing Links in Odisha

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଲା ଓଡ଼ିଶା

ଭୁବନେଶ୍ୱର: କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା। ଜାନୁଆରୀ ୧୬ରୁ ଦେଶବ୍ୟାପୀ ଟିକାକରଣ ଜାରି ରହିଛି। ରାଜ୍ୟରେ ଏବେ ସୁଦ୍ଧା ୨ କୋଟିରୁ ଅଧିକ ପ୍ରଥମ କୋଭିଡ୍ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। କୋଭିଡ୍ ବିରୋଧୀ ଯୁଦ୍ଧରେ ଲୋକଙ୍କ ସହଯୋଗ ସହ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଛି ସ୍ୱାସ୍ଥ୍ୟ ବିଭାଗ।

ରାଜ୍ୟରେ ୧୬୦୬ଟି ଟିକାକରଣ କେନ୍ଦ୍ର ରହିଛି। ଆଜି ସୁଦ୍ଧା ୨ କୋଟି ୬୭ ହଜାର ୧୮୮ ଜଣ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ସେହିଭଳି ୬୯ ଲକ୍ଷ ୨୦ ହଜାର ୫୩୬ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି। ବୟସାନୁପାତରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ସର୍ବାଧିକ ୧ କୋଟି ୩୨ ଲକ୍ଷ ୮୧ ହଜାର ୮୭୮ ଡୋଜ୍ ଟିକା ଦିଆଯାଇଛି। ୪୫ରୁ ୬୦ ବର୍ଷ ବୟସ୍କ ମଧ୍ୟରେ ୮୧ ଲକ୍ଷ ୬୦ ହଜାର ୩୩୭ ଡୋଜ୍ ଟିକା ଦିଆଯାଇଥିବା ବେଳେ ୬୦ ବର୍ଷ ବୟସ୍କରୁ ଅଧିକ ୫୫ ଲକ୍ଷ ୪୫ ହଜାର ୫୦୯ ଡୋଜ୍ ଦିଆଯାଇଛି।

ମୋଟ ୨ କୋଟି ୩୪ ଲକ୍ଷ ୪୬ ହଜାର ୭୬୪ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ୩୫ ଲକ୍ଷ ୩୫ ହଜାର ୨୭୪ ଡୋଜ୍ କୋଭିସିଲ୍ଡ ଡୋଜ୍ ଦିଆଯାଇଛି। ଲିଙ୍ଗ ଅନୁପାତରେ ମହିଳାଙ୍କ ଠାରୁ ଅଧିକ ପୁରୁଷ ଟିକା ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯ ଲକ୍ଷ ୪୩ ହଜାର ୨୩୮ ଜଣ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ କ୍ଷେତ୍ରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ ସର୍ବାଧିକ ୧୨ ଲକ୍ଷ ୬ ହଜାର ୩୮୪ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି।

Leave A Reply

Your email address will not be published.