ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ
![](https://www.odishalink.com/wp-content/uploads/2021/09/amarinder-1200.jpg)
ପଞ୍ଜାବ: ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଶନିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ ଅମରିନ୍ଦର ସିଂ। ଦଳୀୟ ଗୋଷ୍ଠୀ କନ୍ଦଳ କାରଣରୁ ଅମରିନ୍ଦର ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିଲେ।
ଦୀର୍ଘଦିନ ଧରି ପୂର୍ବତନ କ୍ରିକେଟର ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଅମରିନ୍ଦରଙ୍କ କ୍ଷମତା ଯୁଦ୍ଧ ଜାରି ରହିଥିଲା। ବିଧାୟକ ମାନଙ୍କ ଜରୁରୀ କାଳୀନ ବୈଠକ ପୂର୍ବରୁ ଅମରିନ୍ଦର ଇସ୍ତଫା ପ୍ରଦାନ କରିଥିବାରୁ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି।
ଅମରିନ୍ଦର କହିଛନ୍ତି, ସକାଳେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଇସ୍ତଫା ଦେବା କଥା କହିଥିଲି। ଗତ ୨/୩ ମାସ ମଧ୍ୟରେ ସ୍ଥିତି ଏମିତି ହୋଇଯାଇଥିଲା ଯେ ଅଣନିଶ୍ବାସୀ ହୋଇଯାଇଥିଲି। ୨ମାସରେ ୩ ଥର ଦଳୀୟ ବୈଠକ କରାଯାଉଥିଲେ ସୁଦ୍ଧା ମୋତେ ଗୁରୁତ୍ବ ଦିଆଯାଉନଥିଲା। ଦଳରେ ଅଣଦେଖା କରାଯାଉଥିଲା।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରିପାରିବେ। ଇସ୍ତଫା ଦେଇଛି କିନ୍ତୁ କଂଗ୍ରେସରେ ରହିଛି। ଆଗାମୀ ଦିନରେ ମୋର ନେତାଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନେବି।