ଡିଆରଡିଓ ତଥ୍ୟ ଲିକ୍ ମାମଲା: ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ
ବାଲେଶ୍ୱର: ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ। ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବାଲେଶ୍ୱର ଜେଲରୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ। ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ।
ସମସ୍ତଙ୍କୁ କଟକ ଆଣି ଜେରା କରାଯିବ। କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଏହି ଅଭିଯୁକ୍ତଙ୍କୁ ଜେରା କରିବ। ଟିମରେ ଅଛନ୍ତି ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର। ସମସ୍ତ ଦିଗକୁ ନେଇ ଆରମ୍ଭରୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ।
କାହାକୁ ତଥ୍ୟ ଯୋଗାଉଥିଲେ, କେଉଁ ପ୍ରକାର ଡାଟା ରହିଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କର ଲିକ୍ ଅଛି କି ନାହିଁ, ଟଙ୍କା ଟ୍ରାଞ୍ଜକସନ କଣ ପାଇ ହୋଇଛି। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି। ଏହିପରି ଅନେକ ପ୍ରଶ୍ନକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ସଂସ୍ଥାର ସହଯୋଗ ମଧ୍ୟ ନିଆଯିବ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା NIA ଚାହିଁଲେ ମଧ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବେ।