୨୪ରେ ବାଇଡେନଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ। ପୂର୍ବରୁ ଏହି ଦୁଇ ନେତା ଭର୍ଚୁଆଲ ମୋଡରେ ଅନେକ ବୈଠକ କରିସାରିଛନ୍ତି। ହେଲେ ଏବେ ମୋଦି ଏବଂ ବାଇଡେନ ଫେସ ଟୁ ଫେସ ହେବାକୁ ଯାଉଛନ୍ତି।
President Joe Biden will participate in a bilateral meeting with PM Narendra Modi on September 24th: White House announcement
The President will host the first-ever-in-person Quad Leaders Summit at the White House. pic.twitter.com/eJSuc4cX9c
— ANI (@ANI) September 20, 2021
ଆମେରିକାର ପୂର୍ବତନ ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମୋଦିଙ୍କ ଘନିଷ୍ଠତା ଥିଲା। ଏବେ ବାଇଡେନ୍ଙ୍କ ସହ ମୋଦିଙ୍କ ସମ୍ପର୍କ କିପରି ରହୁଛି ତାହା ଉପରେ ସମସ୍ତଙ୍କ ନଜର। ଏହି ଅବସରରେ ମୋଦି ଓ ବାଇଡେନ୍ଙ୍କ ମଧ୍ୟରେ ଆଫଗାନ୍ ପ୍ରସଙ୍ଗ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ।