ବୋହୂକୁ ନିର୍ଯାତନା: କୁକୁଡା ରକ୍ତ ପିଇବାକୁ ବାଧ୍ୟ କରୁଥିଲା ଶ୍ୱଶୁର
![](https://www.odishalink.com/wp-content/uploads/2019/12/rape-2.jpg)
ମୁମ୍ବାଇ: ବୋହୂକୁ ଶ୍ୱଶୁର ଘର ଲୋକଙ୍କର ଅକଥନୀୟ ନିର୍ଯାତନା। ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ। ବୋହୂକୁ ଯୌନ ଶୋଷଣ କରିବା ସହ କୁକୁଡା ରକ୍ତ ପିଇବାକୁ କରୁଥିଲା ବାଧ୍ୟ। କେବଳ ଶ୍ୱଶୁର ନୁହେଁ ଏଥିରେ ଶାଶୁ ଏବଂ ସ୍ୱାମୀ ମଧ୍ୟ ସାମିଲ।
ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ରର ମୁମ୍ବାଇରୁ ଅଭିଯୋଗ ମୁତାବକ, ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ମହିଳାଙ୍କୁ ତାଙ୍କ ଶ୍ୱଶୁର, ଶାଶୁ ଏବଂ ସ୍ୱାମୀ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏପରିକି ନିଜକୁ ଆତ୍ମ ଘୋଷିତ ଭଗବାନ ବୋଲାଉଥିବା ଶ୍ୱଶୁର ବୋହୂକୁ କୁକୁଡା ରକ୍ତ ପିଇବକୁ ବାଧ୍ୟ କରିଛି। ତାଙ୍କ ସ୍ୱାମୀ ଅସମର୍ଥ ଥିବା ବେଳେ ଗତ ୩ ବର୍ଷ ହେଲା ଶ୍ୱଶୁର ତାଙ୍କୁ ଯୌନ ଶୋଷଣ କରିଆସୁଛି ଏଥିସହ ଗର୍ଭବତୀ କରାଇବାକୁ ଚେଷ୍ଟା କରିଥିବା ମଧ୍ୟ ପୀଡିତା ଜଣଙ୍କ କହିଛନ୍ତି।
ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଅପାରଗତା ବିଷୟରେ ଜାଣିଲେ ସେତେବେଳେ ପୀଡିତା ଜଣକ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ କହିଥିଲେ। ଏହା ଜାଣିବା ପରେ ତାଙ୍କୁ ଶାଶୁଘର ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଭୋସାରୀ ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ସ୍ୱାମୀ ଏବଂ ଶ୍ୱଶୁରକୁ ଗିରଫ କରାଯାଇଛି। ଏଥିସହ ଶାଶୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।