୭୫ ବର୍ଷର ଗଛକୁ ମିଳିବ ପେନସନ୍
ନୂଆଦିଲ୍ଲୀ: ଗଛକୁ ମିଳିବ ପେନସନ। ୭୫ ବର୍ଷର ଉଦ୍ଧ୍ୱର୍ ବୟସର ଗଛକୁ ସରକାର ଦେବେ ପେନସନ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଏଭଳି ଘୋଷଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଏଥିପାଇଁ ସେ ଏକ ଯୋଜନା କରିଛନ୍ତି। ଯୋଜନାର ନାମ ରହିଛି ପ୍ରାଣବାୟୂ ଦେବତା ପେନସନ ଯୋଜନା।
ଯେଉଁ ଯୋଜନାରେ ୭୫ ବର୍ଷରୁ ଉଦ୍ଧ୍ୱର୍ ବୟସର ଗଛକୁ ବାର୍ଷିକ ଅଢେ଼ଇ ହଜାର ଟଙ୍କାର ପେନସନ ମିଳିବ। ସାରା ରାଜ୍ୟରେ ଏଭଳି ଗଛକୁ ଠାବ କରାଯିବ। ସ୍ଥାନୀୟ ଲୋକମାନେ ଗଛର ଯତ୍ନ ନେବେ। ବିଶ୍ୱ କାର ମୁକ୍ତ ଦିବସ ଅବସରରେ ସେ ଏହି ଘୋଷଣା କରିଛନ୍ତି।