ପିପିଲି ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼
ପିପିଲି: ପିପିଲି ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି। କାର୍ଯ୍ୟାଳୟର ଉପର ମହଲାର ଅସ୍ଥାୟୀ ଟେଣ୍ଡ ସାମାନ୍ୟ ପୋଡି ଯାଇଛି। ସେଠାରେ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକତାମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସାତସଙ୍ଖ ଫାଣ୍ଡି ଅଧିକାର ସେଠାରେ ପହଂଚି ପେଟ୍ରୋଲ ବୋତଲକୁ ଜବତ କରିଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ଗୋଟାଏ ବେଳେ ବିଜେପି ଅଫିସ୍ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନଥିବାବେଳେ ଅଫିସ୍ ବାହାରେ ନିର୍ମାଣ କରାଯାଇଥିବା ଏକ ତମ୍ବୁ କ୍ଷତିଗ୍ରସ୍ତ ହୋଇଛି। ବୋମାମାଡ଼ ଶବ୍ଦ ଶୁଣି ନିକଟରେ ଥିବା ଏକ ଘରେ ଶୋଇଥିବା ଲୋକେ ଉଠି ପୁଲିସକୁ ଖବର ଦେଇଥିଲେ। ପିପିଲି ଥାନା ପୁଲିସ ସେଠାରେ ପହଞ୍ଚି ବୋମାମାଡ଼ରେ ବ୍ୟବହୃତ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।