ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ

ପାଟନା: ଗର୍ଭବତୀ ମହିଳାଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ। ପରେ ଚେତାଶୂନ୍ୟ ଅବସ୍ଥାରେ ନେଇ ରେଲୱେ ଟ୍ରାକ୍ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ଏହିପରି ଏକ ଅମାନବୀୟ ଘଟଣା ଘଟିଛି ବିହାରର ପାଟନା ଠାରେ। ଏନେଇ ଅଭିଯୋଗ ହେବା ପରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଥଇ ଜଣ ହେଲେ ଅଙ୍କିତ୍ ଓ ବିଶାଲ।
ସୂଚନା ମୁତାବକ, ଶନିବାର ଦିନ ରାତିରେ ୨୪ ବର୍ଷୀୟା ମହିଳା ଘରୁ ବାହାରକୁ ଚାଲିବାକୁ ଆସିଥିଲେ। ଏହି ସମୟରେ ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କ ସହ ଅସଦାଚରଣ କରିଥିଲେ। ଏହାପରେ ତାଙ୍କ ପାଟିକୁ ଘୋଡାଇ ପାଖରେ ଥିବା ଏକ ଖୋଲା ପଡ଼ିଆକୁ ନେଇଗଲେ। ଦୁଇ ଅଭିଯୁକ୍ତ ଆଉ ଜଣଙ୍କୁ ସେଠାକୁ ଡାକିଥିଲେ। ଆଉ ତିନି ଜଣ ମିଶି ଜଣକ ପରେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲେ।
ଦୁଷ୍କର୍ମ କରିବା ସହ ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଟନା ଜଙ୍ଗସନ୍ର ରେଳ ଧାରଣାରେ ଫିଙ୍ଗି ଦେଇଥିଲେ। ଯେତେବେଳେ ମହିଳାଙ୍କ ଚେତା ଫେରି ଆସିଥିଲା ଯେ, ସେ ଖୁବ୍ ଜୋରରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ରେଳବାଇର ଜଣେ କର୍ମଚାରୀ ମହିଳାଙ୍କ ପାଖକୁ ଯାଇଥିଲେ ଓ ପୀଡ଼ିତାଙ୍କୁ ନେଇ ମହିଳା ପୋଲିସ୍ ଷ୍ଟେସନକୁ ଯାଇଥିଲେ।