ଆନ୍ଧ୍ରପ୍ରଦେଶ ବନ୍ୟା: ୨୫ ମୃତ, ଶତାଧିକ ନିଖୋଜ
ଆଜି ପ୍ରତ୍ୟୁଷରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଛନ୍ତି।
![](https://www.odishalink.com/wp-content/uploads/2021/11/Andhra-Flood.jpg)
ହାଇଦ୍ରାବାଦ: ଆନ୍ଧ୍ରପ୍ରେଦଶରେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ଜାରି ରହିଛି। ଏଯାଏଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି।
ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ପରେ ଆନ୍ଧ୍ରରେ ବର୍ଷା ବିତ୍ପାତ ପ୍ରବଳ ହୋଇଛି। ଧାର୍ମିକ ସହ ତିରୁପତି ସମ୍ପୂର୍ଣ୍ଣ ଜଳାଣ୍ଣବ ହୋଇଯାଇଛି। ଗାଡ଼ି, ଆସବାବପତ୍ର ଏପରିକି ମଣିଷ ମଧ୍ୟ ରାସ୍ତାରେ ଭାସୁଥିବାର ଦେଖିବାକୁ ମିଳିଛି।
ଆଜି ପ୍ରତ୍ୟୁଷରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆକାଶମାର୍ଗରୁ ବନ୍ୟା ସ୍ଥିତି ଦେଖିଛନ୍ତି।