କ୍ୟାପଟେନ୍ ବିବାଦ ପ୍ରସଙ୍ଗ: ବଡ଼ ବୟାନ ଦେଲେ ରୋହିତ, କହିଲେ-ଲୋକେ…

ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍ ଇଣ୍ଡିଆରେ କ୍ୟାପଟେନ୍ସି ପ୍ରସଙ୍ଗ। ଭାରତୀୟ କ୍ରିକେଟ ଦଳର ସୀମିତ ଓଭରର ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମିଳିଛି ଦାୟିତ୍ବ। ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ବିତର୍କ ଜାରି ରହିଛି। ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇର ଏହି ନିଷ୍ପତ୍ତିକୁ ହଜମ କରି ପାରି ନାହାନ୍ତି। ଆଉ କିଛି ନିଷ୍ପତ୍ତିକୁ ସଠିକ୍ କହିଛନ୍ତି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ନବନିଯୁକ୍ତ ଦିନିକିଆ ଅଧିନାୟକ ହୋାଇଥିବା ରୋହିତ ଶର୍ମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ଲୋକେ କଣ କହୁଛନ୍ତି, ସେଥିରେ ତାଙ୍କୁ କୌଣସି ଫରକ ପଡେ ନାହିଁ। ଲୋକେ ଅନେକ ସକରାତ୍ମକ ଏବଂ ନକରାତ୍ମକ କଥା କହିବେ। ଆମର ଦାୟିତ୍ଵ ଲୋକଙ୍କ କଥା ନଶୁଣି ନିଜ କାମ ଉପରେ ଫୋକସ୍ କରିବା ଉଚିତ୍। ଖେଳାଳିଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରହିବା ଦରକାର ବୋଲି ରୋହିତ କହିଛନ୍ତି। ବିସିସିଆଇ ପକ୍ଷରୁ ଏହି ଭିଡିଓ ଜାରି କରାଯାଇଛି।
🗣️🗣️ "The pressure will always be there. As a cricketer, it is important to focus on my job."
SPECIAL – @ImRo45's first interview after being named #TeamIndia’s white-ball captain coming up on https://t.co/Z3MPyesSeZ. 📽️
Stay tuned for this feature ⌛ pic.twitter.com/CPB0ITOBrv
— BCCI (@BCCI) December 12, 2021
ରୋହିତ ଆହୁରି କହିଛନ୍ତି ଯେ, ଯେବେ ଆପଣ ଭାରତ ପାଇଁ କ୍ରିକେଟ୍ ଖେଳୁଛନ୍ତି ତେବେ ଆପଣଙ୍କ ଉପରେ ସର୍ବଦା ଚାପ ରହିବ। ଲୋକେ ଆପଣଙ୍କ ବିଷୟରେ ସକରାତ୍ମକ ଏବଂ ନକରାତ୍ମକ କଥା କହିବେ। ବ୍ୟକ୍ତିଗତ ଭାବେ ଜଣେ କ୍ରିକେଟ୍ ହୋଇଥିବାରୁ ନିଜ କାମ ଉପରେ ଫୋକସ୍ କରିବା ସବୁଠୁ ମହତ୍ଵପୂର୍ଣ୍ଣ। ଲୋକେ କଣ କହୁଛନ୍ତି ତା ଉପରେ ଫୋକସ୍ କରିବାର ଆବଶ୍ୟକତା ନାହିଁ। ଲୋକେ କଣ କହୁଛନ୍ତି, ତା ଉପରେ ଆପଣଙ୍କ ନିୟନ୍ତ୍ରଣ ନାହିଁ। ମୁଁ ଏହି କଥା ପୂର୍ବରୁ ଅନେକ ଥର କହି ଆସିଛି ଏବଂ ଏବେ ବି କହୁଛି। ଏହି ବାର୍ତ୍ତା ଦଳ ପାଇଁ ମଧ୍ୟ ବୋଲି ରୋହିତ କହିଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗସ୍ତ ଜରିଆରେ ରୋହିତ ଶର୍ମା ଦିନିକିଆ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଏ ପର୍ଯ୍ୟନ୍ତ ୧୦ଟି ଦିନିକିଆରେ ଭାରତର ନେତୃତ୍ଵ ନେଇ ସାରିଛନ୍ତି। ଏଥିରୁ ଦଳ ୮ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି। ରୋହିତଙ୍କ ନେତୃତ୍ଵରେ ଭାରତ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ ଟାଇଟଲ୍ ଜିତିଥିଲା।