କ୍ରିକେଟର ପ୍ରତିଶୋଧ ହକିରେ ନେଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନକୁ ଧୋଇଲା ଟିମ୍ ଇଣ୍ଡିଆ। କ୍ରିକେଟର ପ୍ରତିଶୋଧ ହକିରେ ନେଲା ଭାରତ। ଚଳିତ ଏସିଆନ୍ ଚମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ତୃତୀୟ ମ୍ୟାଚରେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଟିମ୍ ଇଣ୍ଡିୀଆ।
ଢାକାର ମୌଲାନା ଭାସନୀ ହକି ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଭାରତ ୧-୦ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ପାକିସ୍ତାନ ଗୋଟିଏ ଗୋଲ୍ ଦେଇ ମ୍ୟାଚକୁ କମ୍ବ୍ୟାକ୍ କରିଥିଲେ ହେଁ ଭାରତ ଆଉ ଦୁଇଟି ଗୋଲ୍ ଦେଇ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା।
A phenomenal all-round performance earns India the BIG 𝐖 over Pakistan 💙#IndiaKaGame #HeroACT2021 pic.twitter.com/uxwWQ7Pm9A
— Hockey India (@TheHockeyIndia) December 17, 2021
ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ୍ ସହ ଲିଡ୍ କରିଥିଲା। ମ୍ୟାଚର ନବମ ମିନିଟରେ ଡ୍ରାଗ୍ ଫ୍ଲିକର୍ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଆକ୍ରମଣ ଜାରି ରହିଥିଲା। କିନ୍ତୁ ଏହି କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ।
ସେହିପରି ୫୩ତମ ମିନିଟରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ କରିଥିଲେ। ଏହି ଗୋଲ୍ ସହ ଭାରତ ମୁକାବିଲାକୁ ୩-୧ରେ ଜିତି ନେଇଥିଲା। ରବିବାର ଭାରତ ତା’ର ଚତୁର୍ଥ ମ୍ୟାଚରେ ଜାପାନକୁ ଭେଟିବ।