ସୁମିତ-ତପସ୍ବିନୀ ମାମଲା: ଡାକ୍ତର ସୁମିତଙ୍କ ଘରର ଗେଟ୍ ଭାଙ୍ଗିଲେ ଶତାଧିକ ମହିଳା (ଦେଖନ୍ତୁ ଭିଡିଓ)

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ଡାକ୍ତର ସୁମିତ୍ ଓ ତପସ୍ବିନୀଙ୍କ ମଧ୍ୟରେ ଥିବା ବିବାଦ। ଏବେ ପୁଣି ଥରେ ବିବାଦ ନେଇଛି ନୂଆମୋଡ଼। ନ୍ୟାୟ ପାଇଁ ତପସ୍ବିନୀ ସୁମିତଙ୍କ ଘର ଦୁଆରେ ବସି ରହିଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛନ୍ତି ଶତାଧୀକ ମହିଳା। ଏପରିକି ସୁମିତଙ୍କ ଘର ସାମ୍ନାରେ ଦେଖିବାକୁ ମିଳିଛି ତୀବ୍ର ଉତ୍ତେଜନା। ଏପରିକି ତାଙ୍କ ଘରର ଗ୍ରିଲ୍ ଭାଙ୍ଗି ଘରେ ପଶିଛନ୍ତି ମହିଳା।
ଉତ୍ତ୍ୟକ୍ତ ମହିଳାଙ୍କୁ ପୁଲିସ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ମାନିବାକୁ ନାରାଜ ଉତ୍ତ୍ୟକ୍ତ ମହିଳା । ଏପରିକି ପୁଲିସ୍ ଉପସ୍ଥିତିରେ ଗେଟ୍ ଭାଙ୍ଗିଛନ୍ତି ମହିଳାମାନେ। ପରେ ମହିଳାଙ୍କୁ ଘଉଡ଼ାଇ ଦେଇଥିଲା ପୁଲିସ। ଅପରପକ୍ଷରେ ଆଜି ରାତିରେ ଘରର ମୁଖ୍ୟ ଦ୍ୱାର ଭାଙ୍ଗି ତପସ୍ୱିନୀଙ୍କୁ ଭିତରେ ପୂରାଇବେ ବୋଲି ଏହି ମହିଳାମାନେ ଚେତାବନୀ ଦେଇଛନ୍ତି। ପୁଲିସ୍ ସେମାନଙ୍କୁ ବୁଝାସୁଝା କରୁଛି। ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବରଣ୍ଡାକୁ ଚାଲି ଯାଇଛନ୍ତି।
ସୂଚନାଯୋଗ୍ୟ, ସୁମିତ ତପସ୍ବିନୀ ବିବାଦ ଥମିବାର ନାଁ ନେଉନାହିଁ। ଏପରିକି ଆଇନ ବ୍ୟବସ୍ଥା ନାଚାର। ଏକାମାତ୍ର ଭରଷା କୋର୍ଟ। ଉଭୟଙ୍କ ଏକାଠି କରିବା ପାଇଁ ପୂର୍ବରୁ କୋର୍ଟ ୭ଦିନ ସାଥିରେ ଭଡାଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ। ଉଭୟ ୭ଦିନ ଭଡା ଘରେ ରହିଥିଲେ ସୁଦ୍ଧା ସମସ୍ୟାର କୌଣସି ସମାଧାନ ହୋଇନଥିଲା ।
୮ମ ଦିନ ହିଁ ସୁମିତ ଭଡାଘରୁ ଚାଲିଯାଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ SDJM କୋର୍ଟ ଏହି ମାମଲାର ଶୁଣାଣି କରି ପୁଣି ସୁମିତ ଏବଂ ତପସ୍ବିନୀଙ୍କୁ ଆଉ ୭ଦିନ ଭଡା ଘରେ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ଡାକ୍ତର ସୁମିତଙ୍କୁ କହିଛନ୍ତି କୋର୍ଟ।