ଜାଡ଼ରେ ଥରୁଛି ଓଡ଼ିଶା, ଶୀତରେ ଥରିବ ୭ ଜିଲ୍ଲା

ଭୁବନେଶ୍ବର: ଜାଡ଼ରେ ଥରୁଛି ଓଡ଼ିଶା। ଏପରିକି ରାଜ୍ୟରେ ଆହୁରି ବଢ଼ିବ ଶୀତ ଲହରୀ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଶୀତ ଲହରୀ ପାଇଁ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର। ଆସନ୍ତା ୨୪ଘଣ୍ଟାରେ ସୁନ୍ଦରଗଡ, ଝାରସୁଗୁଡା, ମୟୁରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଭୀଷଣ ଶୀତ ଅନୁଭୂତ ହେବ। ଏନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡା, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଥିସହିତ ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ଥଣ୍ଡା ଅନୁଭୂତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ତେବେ ଗତ ୩ରୁ ୪ ଦିନ ଧରି ଓଡିଶା ମଧ୍ୟକୁ ବାୟୁ ମଣ୍ଡଳର ତଳ ଭାଗର ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାକବ ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବେଶ କରୁଥିବା ବେଳେ ରାଜ୍ୟର କିଛି ଜିଲ୍ଲାର ଶୀତ ଲହରୀ, ତୀବ୍ର ଶୀତ ଲହରୀ ତଥା ଥଣ୍ଡା ଦିନ ଅନୁଭୂତ ହେବାର ସମ୍ଭାବନା ରହିଛି।