ରାଜଧାନୀରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବୃଦ୍ଧି ପାଇଲା କଣ୍ଟେନମେଣ୍ଟ୍ ଜୋନ୍ ସଂଖ୍ୟା। ମଙ୍ଗଳବାର ବମିଖାଲ ଜୟଦୁର୍ଗା ନଗର ଓ ଭିଏଏସ୍ଏସ୍ ନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ବେଳେ ଆଜି କସମପଲିସର ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି।
ଗତକାଲି ୨ଟି ସ୍ଥାନ କୁ ଘୋଷଣା ହୋଇଥିବା ବେଳେ ଆଜି ପୁଣି ଆଉ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି। କସମପଲିସର ୪ଟି ଫ୍ଲାଟରୁ ଚିହ୍ନଟ ହେଲେ ୮ଜଣ କୋଭିଡ ପଜିଟିଭ। ଏହାପରେ ଏହି ୪ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସମସ୍ତ ସ୍ଥାନୀୟ ସଂକ୍ରମିତ ।ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୩ କୁବୃଦ୍ଧି। ବମିଖାଲ ଜୟଦୁର୍ଗା ଅଞ୍ଚଳରେ ଥିବା ପ୍ଲଟ୍ ନଂ ୧୩୦୩/ ୧୩୦୪ ଅଞ୍ଚଳରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମସି। ଏଥିସହିତ ଭିଏସ୍ଏସ୍ ନଗରକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ବିଏମସି।
ଗତ କିଛି ମାସ ଧରି କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା। ତା ସତ୍ତ୍ଵେ ବିଭିନ୍ନ ସତର୍କତା ଏବଂ ସଚେତନତା ତଥା କୋଭିଡ୍ ପ୍ରତିରୋଧ ଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ଉପରେ ଏକ ପ୍ରକାର ରୋକ୍ ଲାଗିଥିଲା। ତେବେ ରାଜ୍ୟ ବାହାରୁ ଆସିଥିବା କିଛି ଲୋକଙ୍କ ଯୋଗୁଁ ସଂକ୍ରମଣ ଚିନ୍ତା ବଢି ଯାଇଛି। ଗତ କିଛି ଦିନ ଧରି ଭୁବନେଶ୍ଵରର କିଛି ଅଞ୍ଚଳ ଉପରେ ନଜର ରଖାଯାଇଥିବା ବେଳେ ଜୟଦୁର୍ଗାନଗର ବମିଖାଲ ଏବଂ ଭିଏସଏସ ନଗରରେ ଏକାଧିକ କରାେନା ପଜିଟିଭ୍ ଚିହ୍ନଟ ପରେ ସେଠାରେ ସଂକ୍ରମଣ ରୋକିବାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।