ସର୍ବସାଧାରଣରେ କିିସ୍ କଲେ ରଣବୀର ଓ କପିଳ ଦେବ, ଭାଇରାଲ ହେଉଛି ଫଟୋ
![](https://www.odishalink.com/wp-content/uploads/2021/12/ranveer-kapil-dev-750x430.jpg)
ନୂଆଦିଲ୍ଲୀ: ଆଜକୁ ପ୍ରାୟ ୩୮ ବର୍ଷ ପୂର୍ବେ ଇତିହାସ ରଚିଥିଲା ଟିମ୍ ଇଣ୍ଡିଆ। ଅର୍ଥାତ୍ ୧୯୮୩ ମସିହା କ୍ରିକେଟ ବିଶ୍ବକପ୍ରେ ପ୍ରଥମ ଥର ପାଇଁ ଚମ୍ପିଆନ୍ ହୋଇ ବିଶ୍ବ କ୍ରିକେଟରେ ନୂଆ ଶକ୍ତି ଭାବେ ଉଭା ହୋଇଥିଲା ଟିମ୍ ଇଣ୍ଡିଆ। କପିଳ ଦେବଙ୍କ ଅଧିନାୟକତ୍ବରେ ଟିମ୍ ବିଶ୍ବ ବିଜୟୀ ହୋଇଥିଲା ଆଉ ତାପରଠୁ ବିଶ୍ବ କ୍ରିକେଟରେ ଟିମ୍ ଇଣ୍ଡିଆ ଦବଦବା ଜାହିର କରି ଆସିଛି। ଏବେ ସେହି ଐତିହାସିକ ବିଜୟର ସ୍ବର୍ଣ୍ଣିମ ଇତିହାସକୁ ତାଜା କରିବା ପାଇଁ ବଡ଼ ପରଦାକୁ ଆସୁଛି ହିନ୍ଦୀ ଚଳଚ୍ଚିତ୍ର ‘୮୩’। ବଲିଉଡ ଷ୍ଟାର ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ‘୮୩’ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି।
ଫିଲ୍ମ ରିଲିଜ ହେବା ପୂର୍ବରୁ ସ୍କ୍ରିନିଂ ହୋଇଥିଲା। ଆଉ ଏକାଠି ହୋଇଥିଲେ ୧୯୮୩ ବିଶ୍ବକପ୍ ବିଜେତା ଟିମର ସୁପର ହିରୋ। ଫିଲ୍ମ ‘୮୩’ରେ କପିଳ ଦେବଙ୍କ ରୋଲ କରିଥିବା ରଣବୀର କାପୁର ମଧ୍ୟ ଫିଲ୍ମ ସ୍କିନିଂ ସମୟରେ ଉପସ୍ଥିତ ଥିଲେ। ଫିଲ୍ମ ରିଲିଜ ହେବାର ଦିନକ ପୂର୍ବରୁ କପିଲ ଦେବ ଓ ରଣବୀର ସିଂହଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଫଟୋରେ କପିଲ ଦେବ ଓ ରଣବୀର ସିଂହ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ ଥିବା ସହ କିସ୍ କରୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି ରଣବୀର। ଫଟୋଗ୍ରାଫର ଯୋଗେନ୍ ଶାହା ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଯେଉଥିରେ ରଣବୀର ଓ କପିଲ ଦେବ କିସ୍ କରୁଛନ୍ତି। ଯାହା ଏବେ ଖୁ୍ବ୍ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ୧୯୮୩ ମସିହାରେ କପିଳ ଦେବଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ମାତ୍ ଦେଇ ବିଶ୍ବକପ୍ ଟାଇଟଲ୍ ହାସଲ କରିଥିଲା। ଫିଲ୍ମ ‘୮୩’ ବିଶ୍ବକପ୍ ବିଜୟୀ ଉପରେ ଆଧାରିତ ହୋଇଇଛି। ଏହି ଚଳଚ୍ଚିତ୍ରରେ ରଣବୀର ସିଂହ, ଦୀପିକା ପାଦୁକୋନ, ପଙ୍କଜ ତ୍ରିପାଠୀ, ବୋମନ ଇରାନୀ, ହର୍ଡିଂ ସିଦ୍ଧୁଙ୍କ ଭଳି ଷ୍ଟାର ନଜର ଆସିବେ। ଆସନ୍ତାକାଲି ଅର୍ଥାତ୍ ୨୪ ତାରିଖରେ ଏହି ଫିଲ୍ମ ବଡ଼ ପରଦାରେ ରିଲିଜ ହେବ।