ଶେଷ ବଲରେ ବାଜି ମାରିଲା ପାକିସ୍ତାନ

ଦୁବାଇ: ରୋମାଞ୍ଚକରେ ମ୍ୟାଚରେ ହାରିଲା ଟିମ୍ ଇଣ୍ଡିଆ। ଅଣ୍ଡର-୧୯ ଏସିଆ କପ୍ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ପାକ୍ ଦଳର ଦମଦାର ବିଜୟ। ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୨୩୭ ରନକରିଥିଲା ଟିମ୍ ଇଣ୍ଡିଆ। ଜବାବରେ ଶେଷ ବଲରେ ଚୌକା ମାରି ବିଜୟୀ ହୋଇଛି ପାକିସ୍ତାନ ଟିମ।
ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବା ସହ ୪୯ ଓଭର୍ରେ ସମସ୍ତ ୱିକେଟ ହରାଇ ୨୩୭ ରନ୍ କରିଥିଲା। ଏହାର ଜବାବରେ ପାକିସ୍ତାନ ୮ ୱିକେଟ ହରାଇ ୨୩୮ ରନ୍ର ଟାର୍ଗେଟକୁ ହାସଲ କରିନେଇଛି। ପାକିସ୍ତାନ ପକ୍ଷରୁ ମହମ୍ମଦ ଶେହଜାଦ ୮୧ ରନ୍ର ଇନିଂସ୍ ଖେଳିଥିବା ବେଳେ ଶେଷ ଭାଗରେ ଅହମଦ ଖାନ ୧୯ ବଲ୍ରେ ୨୯ ରନ୍ର ଅପରାଜିତ ଇନିଂସ୍ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭାରତକୁ ହରାଇ ପାକିସ୍ତାନ ଏସିଆ କପ ଗ୍ରୁପ୍ ଏ’ର ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି। ଭାରତ ୨ଟି ମ୍ୟାଚ୍ରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ସୂଚନାଯୋଗ୍ୟ, ଭାରତ ପକ୍ଷରୁ ରାଜ ବାୱା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରାଜବର୍ଦ୍ଧନ, ରବି କୁମାର ଓ ନିଶାନ୍ତ ସିନ୍ଧୁ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।