ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସମସ୍ତଙ୍କୁ ଚକିତ କଲାଭଳି ଘୋଷଣା କରିଛନ୍ତି ବିରାଟ କୋହଲି। ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ସେ ଇସ୍ତଫା ଦେଇଥିବା ନେଇ ସେ ଟ୍ବିଟ୍ କରି ଘୋଷଣା କରିଛନ୍ତି। ଏହାପୂର୍ବରୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ। ପରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇଥିଲା ବିସିସିଆଇ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା। ହେଲେ ଏବେ ବିରାଟ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା କରିଛନ୍ତି। ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି।
— Virat Kohli (@imVkohli) January 15, 2022
ବିରାଟ ଟ୍ବିଟ୍ କରି ଲେଖିଛନ୍ତି ଯେ, ଦଳକୁ ସଠିକ୍ ଦିଶା ଦେଖାଇବା ପାଇଁ ୭ ବର୍ଷ ଧରି କଠିନ ପରିଶ୍ରମ କରି ଆସିଛି। ମୁଁ ମୋ କାମ କରି ସାରିଛି। ମୁଁ ଟିମ୍ ପାଇଁ ସର୍ବଦା ୧୨୦ ପ୍ରତିଶତ ଦେବାକୁ ଚେଷ୍ଟା କରିଛି। ବିସିସିଆଇ ମୋ ଉପରେ ବିଶ୍ବାସ କରି ଏହି ଗୁରୁ ଦାୟିତ୍ବ ଦେଇଥିବାରୁ ଅଶେଷ ଧନ୍ୟବାଦ। ପୂର୍ବପରି ଦଳ ପାଇଁ ଖେଳ ଜାରି ରଖିବି ବୋଲି ବିରାଟ କୋହଲି କହିଛନ୍ତି।