‘ବନ୍ଧୁକକୁ ସାମ୍ନା କରିବାର ଦମ୍ ଅଛି, ହେଲେ କ୍ୟାମେରାକୁ ନୁହେଁ’

ଭୁବନେଶ୍ବର: ଆଗକୁ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଆରମ୍ଭ ହୋଇ ସାରିଲାଣି ନାମାଙ୍କନ ପତ୍ର ଦାଖଲ। ଏଥିସହିତ ସବୁ ରାଜୈନତିକ ଦଳରେ ଜମୁଛି ମିଶ୍ରଣ ପର୍ବ। ବିଶେଷକରି ବିଜୁ ଜନତା ଦଳରେ ଦେଖିବାକୁ ମିଳୁଛି ବହୁ ମିଶ୍ରଣ ପର୍ବ। ହେଲେ ବିଜେଡିର ଏକ ମିଶ୍ରଣ ପର୍ବରେ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା
ନିକଟରେ ବିଜେପି ନେତ୍ରୀ ତଥା ଚିଲିକା ବ୍ଲକ୍ ଅଧ୍ୟକ୍ଷା ଝରଣା ବାରିକ ବିଜେଡିରେ ସାମିଲ ହୋଇଥିଲେ। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଝରଣା ବିଜେଡିରେ ମିଶିଥିଲେ। ହେଲେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ପ୍ରଶାନ୍ତ ଜଗଦେବ କିନ୍ତୁ ମଞ୍ଚରେ ନବସି ସମସ୍ତ କଥା ବୁଝାବୁଝି କରିଥିଲେ।
ଏପରିକି ପ୍ରଶାନ୍ତ ଜଗଦେବ କହିଥିଲେ ଯେ, ମଞ୍ଚକୁ ଯିବାର ଅଧିକାର ମୋର ନାହିଁ। ବନ୍ଧୁକକୁ ସାମ୍ନା କରିବାର ଦମ୍ ଅଛି। ହେଲେ କ୍ୟାମେରାକୁ ନୁହେଁ। ମୁଁ ତଳେ ରହିବା ଲୋକ ତଳେ ରହିିଛି।