ବଦଳୁଛି ପାଗ, ରାଜ୍ୟରେ ହେବ ହାଲୁକା ବର୍ଷା
ଓଏଲ୍ ବ୍ୟୁରୋ: ରାଜ୍ୟରେ ବଦଳୁଛି ପାଗ। ବଢ଼ିବ ତାପମାତ୍ରା। ଯାହାର ପ୍ରକୋପରେ କମୁଛି ଶୀତ। କାରଣ ପୁଣି ଫେରିଛି ଅଦିନିଆ ବର୍ଷା। ଯାହା ଚାଷୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ।
ଗତ କିଛିଦିନ ଧରି ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଘନ କୁହୁଡିର ଚାଦରରେ ଅନେକ ସହର ରହୁଥିଲା। ବିଶେଷକରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟରେ ଘନ କୁହୁଡି ପଡିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଥିଲା। ଦକ୍ଷିଣ ଓ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ନଜର ଆସିଥିଲା । କିନ୍ତୁ କାଲୀଠୁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେିଛି।
ତେବେ ଶୁକ୍ରବାରଠୁ କୁହୁଡି କମିବା ସହ ବର୍ଷା ହେବ । ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି ।