Odisha Link
Bridging the Missing Links in Odisha

ଫେରୁଥିଲା ବରଯାତ୍ରୀ ଗାଡ଼ି, ପିଟି ଦେଲା ଟ୍ରକ୍

ଓଏଲ୍‌ ବ୍ୟୁରୋ: ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୁବର୍ଣ୍ଣପୁର ଜିଲ୍ଳାର ମହାନଦୀ ସେତୁ ଉପରେ ଘଟିଛି ଦୁର୍ଘଟଣା। ଏକ ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଗାଡ଼ିରେ ଚାପି ହୋଇ ରହିିଥିବା ଅନ୍ୟ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାିଛି। ଦୁର୍ଘଟଣାର ଶିିକାର ଏକ ବରଯାତ୍ରୀ ଗାଡ଼ି ହୋଇଥିବା ସୂଚନା ରହିଛି।

ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ନିମ୍ନା ଗାଁରୁ ବିନିକାର କଉଡିଆମୁଣ୍ଡାକୁ ଯାଇଥିଲେ ବରଯାତ୍ରୀ। ସେଠାରେ ବିବାହ ଉତ୍ସବରେ ଯୋଗ ଦେଇ ବିଳମ୍ବିତ ରାତିରେ ଏକ ବୋଲୋରୋରେ ୧୦ ବରଯାତ୍ରୀ ଫେରୁଥିଲେ। ମାତ୍ର ମହାନଦୀ ସେତୁ ଉପରେ ସାମ୍ନା ପଟୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ ସହ ଗାଡ଼ିଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ବୋଲେରୋରେ ବସିଥିବା ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଗାଡିରେ ଥିବା ଅନ୍ୟ ୫ ଦୁର୍ଘଟଣାଗ୍ରସ୍ତଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ କାଟି ଉଦ୍ଧାର କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ ସ୍ତାନାନ୍ତର କରାଯାଇଥିଲା

ଦୁର୍ଘଟଣାରେ ଗୁରୁତରମାନେ ହେଲେ ପ୍ରମୋଦ ହୋତା, ଅମିତ୍ ବାଘ, ମହାଦେବ ପୁରୋହିତ, ଆଲିଶା ପାଣ୍ଡିଆ ଓ ଓମ୍ ପ୍ରକାଶ ପାଣ୍ଡିଆ । ସେହିପରି ମୃତକମାନେ ହେଲେ ନିମ୍ନା ଗାଁର ଆଶିଷ ପାଣ୍ଡିଆ, ପ୍ରମୋଦ ପାଣ୍ଡିଆ, ସିଦ୍ଧି ପାଣ୍ଡିଆ, ତ୍ରୟମ୍ବକ ମେହେର ଓ ଶୁଭମ ପାଣ୍ଡିଆ ।

Leave A Reply

Your email address will not be published.