ହାତ ଛାଡ଼ି ପଦ୍ମ ଧରିବେ କଂଗ୍ରେସର ଭେଟେରାନ୍ ନେତା !
ଓଏଲ୍ ବ୍ୟୁରୋ: ବାଜି ସାରିଛି ବିଗୁଲ। ଆଉ କିଛିଦିନର ଅନ୍ତର ପରେ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ। କାରଣ ଦଳଡିଆଁ ରାଜନୀତି ୟୁପିରେ ଜମୁଛି। ଏଥିସହିତ କଂଗ୍ରେସକୁ ଲାଗିବାକୁ ଯାଉଛି ଆଉ ଏକ ବଡ଼ ଝଟକା।
କଂଗ୍ରେସର ଦିଗ୍ଗଜ ନେତା ଆରପିଏନ୍ ସିଂହ ଖୁବଶୀଘ୍ର ବିଜେପିରେ ସାମିଲ ହେବାକୁ ଯାଉଛନ୍ତି। ସୂଚନା ମୁତାବକ୍ ବିଜେପି ଆରପିଏନ ସିଂହଙ୍କୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ କୁଶୀନଗରର ପଡରୈନା ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି।
ଅପରପକ୍ଷେ ଏନେଇ ଆରପିଏନ୍ ସିଂହଙ୍କ ତରଫଫରୁ କୌଣସି ସୂଚନା ହସ୍ତଗତ ହୋଇ ପାରିନାହିଁ। ସବୁଠୁ ବଡ଼କଥା ହେଲା କଂଗ୍ରେସ ପକ୍ଷରୁ ଗତକାଲି ଷ୍ଟାର କ୍ୟାମ୍ପନର ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ଆରପିଏନ ସିଂହଙ୍କ ନାଁ ନଥିଲା। ପୂର୍ବରୁ ମଧ୍ୟ ଶ୍ରୀ ସିଂହ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଯଦି ସେ ବିଜେପିରେ ସାମିଲ ହେବେ ତେବେ ସେ ସ୍ୱାମୀଙ୍କ ବିରୋଧରେ ଲଢିବେ ବୋଲି ଚର୍ଚ୍ଚା ହେଉଛି କୁହାଯଉଛି ଯେ, କୁଶୀନଗରର ପୂର୍ବାଞ୍ଚଳରେ ଆରପିଏନ ସିଂହଙ୍କର ବହୁତ ଦବଦବା ରହିଛି।