ବଜେଟ୍ ୨୦୨୨: କେଉଁ ବାବଦରେ କେତେ ଖର୍ଚ୍ଚ କରିବେ ସରକାର ଜାଣନ୍ତୁ
![](https://www.odishalink.com/wp-content/uploads/2022/02/Budget-750x430.jpg)
ଓଏଲ୍ ବ୍ୟୁରୋ: ମହାମାରୀ କରୋନା କାଳରେ ଅର୍ଥନୀତିକୁ ମିଳିଲା ବୁଷ୍ଟର ଡୋଜ। ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଚଳିତ ବଜେଟରେ ବିଶେଷ କରି କୃଷି, ଭିତ୍ତିଭୂମି ଓ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ମୁକାବିଲା ପାଇଁ ସ୍ବତନ୍ତ୍ର ଘୋଷଣା କରାଯାଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ପରିମାଣ ପ୍ରାୟ ୧୪ % ଅଧିକ। ଚଳିତ ବର୍ଷ ବଜେଟର ପରିମାଣ ୩୯,୪୪,୯୦୯ କୋଟି ଟଙ୍କା ରହିଛି। ତେବେ କେନ୍ଦ୍ର ସରକାର କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି ଜାଣନ୍ତୁ।
ପ୍ରତିରକ୍ଷା ବାବଦକୁ ୩,୮୫,୩୭୦ କୋଟି ଟଙ୍କା। ସେହିପରି ପ୍ରମୁଖ ସବସିଡି ପାଇଁ ୩,୧୭,୮୬୬ କୋଟି ଟଙ୍କା, କୃଷି ପାଇଁ ୧,୫୧,୫୨୧ କୋଟି ଟଙ୍କା, ବାଣିଜ୍ୟ ଓ ଶିଳ୍ପ ପାଇଁ ୫୩,୧୧୬ କୋଟି ଟଙ୍କା, ଉତ୍ତର ପୂର୍ବର ରାଜ୍ୟର ବିକାଶ ପାଇଁ ୨୮୦୦ କୋଟି ଟଙ୍କା, ପେନସନ୍ ବାବଦକୁ ୨,୦୭,୧୩୨ କୋଟି ଟଙ୍କା।
ସେହିପରି ଶିକ୍ଷା ୧,୦୪,୨୭୮ କୋଟି, ଶକ୍ତି ୪୯,୨୨୦ କୋଟି, ବୈଦେଶିକ ବ୍ୟାପାର ୧୭,୨୫୦ କୋଟି, ଅର୍ଥ ୨୧,୩୫୪ କୋଟି, ସ୍ବାସ୍ଥ୍ୟ ୮୬,୬୦୬ କୋଟି, ସ୍ବରାଷ୍ଟ୍ର ବ୍ୟାପାର ୧,୨୭,୦୨୦ କୋଟି, ସୁଧ ୯,୪୦,୬୫୧ କୋଟି, ଆଇଟି ଓ ଟେଲିକମ୍ ୭୯,୮୮୭ କୋଟି ଟଙ୍କା, ଯୋଜନା ଓ ପରିସଂଖ୍ୟନ ୫,୭୨୦ କୋଟି, ଗ୍ରାମୀଣ ବିକାଶ ୨,୦୬,୨୯୩ କୋଟି, ବିଜ୍ଞାନଭିତ୍ତିକ ବିଭାଗ ପାଇଁ ୩୦,୫୭୧ କୋଟି ଟଙ୍କା ଘୋଷଣା କରିଛନ୍ତି ସରକାର।
ସେହିପରି ସାମାଜିକ କଲ୍ୟାଣ: ୫୧,୭୮୦ କୋଟି, ଟିକସ ଆଡମିନଷ୍ଟ୍ରେସନ ପାଇଁ ୧,୭୧,୬୭୭ କୋଟି, ରାଜ୍ୟଗୁଡ଼ିକର ଭାଗ: ୩,୩୪,୩୩୯ କୋଟି, ପରିବହନ: ୩,୫୧,୮୫୧ କୋଟି, କେନ୍ଦ୍ର ଶାସିତ ଅଞ୍ଚଳ: ୫୮,୭୫୭ କୋଟି, ସହରାଞ୍ଚଳ ବିକାଶ: ୭୬,୫୪୯ କୋଟି, ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧,୧୩,୩୦୧ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।