ଶ୍ରେୟସ୍ ଆୟର ନୂଆ ଅଧିନାୟକ
ଶ୍ରେୟସଙ୍କ ପୂର୍ବରୁ କିଏ କିଏ ଥିଲେ ଅଧିନାୟକ ?
ଓଏଲ୍ ବ୍ୟୁରୋ: ସରିଲା ମେଗା ଅକ୍ସନ। ଆରମ୍ଭ ହେଲା ରୋମାଞ୍ଚ। ସମସ୍ତ ଦଳ ନିଜ ମନପସନ୍ଦର ଖେଳାଳି ନେଇ ସାରିବା ପରେ ଏବେ ସମସ୍ତଙ୍କ ନଜର ଟାଇଟଲ ଉପରେ। ଚଳିତ ବର୍ଷ ମୋଟ ୧୦ଟି ଦଳ ଇଣ୍ଡିଆନ୍ ପ୍ରିମିୟର ଲିଗରେ ଦେଖାଇବେ ଚମକ। ଏଥିପାଇଁ ବିଭିନ୍ନ ଦଳ ଆପଣେଇଛନ୍ତି ଭିନ୍ନ ଭିନ୍ନ ରଣକୌଶଳ।
ଏସବୁ ମଧ୍ୟରେ କୋାଲାକାତା ନାଇଟ୍ ରାଇଡସ୍ ଘୋଷଣା କରିଛି ଦଳର ନୂଆ ଅଧିନାୟକଙ୍କ ନାମ। ଚଳିତ ମେଗା ନିଲାମରେ ୧୨ କୋାଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋିଥିବା ଶ୍ରେୟସ୍ ଆୟରଙ୍କ ଦଳ ଦେଇଛି ବଡ଼ ଦାୟିତ୍ବ। କେକେଆର ଟିମ୍ ମ୍ୟାନେଜମଣ୍ଟ ଦଳର ନୂଆ ଅଧିନାୟକ ଭାବେ ଶ୍ରେୟନ୍ ଆୟରଙ୍କୁ ନିଯୁକ୍ତି କରିଛି। ୨୦୨୨ ଆଇପିଏଲରେ ଶ୍ରେୟସ୍ ଆୟରଙ୍କ ନେତୃତ୍ବରେ କେକେଆର ଖେଳିବ ମ୍ୟାଚ୍। ଏନେଇ ଏକ ଟ୍ବିଟ୍ କରିଛି ଟିମ୍ ମ୍ୟାନେଜମଣ୍ଟ। ଏନେଇ କେକେଆର୍ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
🚨 Ladies and gentlemen, boys and girls, say hello 👋 to the NEW SKIPPER of the #GalaxyOfKnights
অধিনায়ক #ShreyasIyer @ShreyasIyer15 #IPL2022 #KKR #AmiKKR #Cricket pic.twitter.com/veMfzRoPp2
— KolkataKnightRiders (@KKRiders) February 16, 2022
ଗତ ଆଇପିଏଲ ସଂସ୍କରଣରେ ଇଂଲିଶ ବ୍ୟାଟସମ୍ୟାନ ଇଅନ ମୋର୍ଗାନ କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ନେତୃତ୍ୱରେ କେକେଆର ଫାଇନାଲ ମଧ୍ୟ ଖେଳିଥିଲା। ହେଲେ ମେଗା ନିଲାମ ପୂର୍ବରୁ କେକେଆର ତାଙ୍କୁ ରିଲିଜ୍ କରି ଦେଇଥିଲା। ଏପରି କି ନିଲାମ ବେଳେ ତାଙ୍କ ପାଇଁ ବୋଲି ମଧ୍ୟ ଲଗାଇ ନଥିଲା।
ଶ୍ରେୟସଙ୍କ ପୂର୍ବରୁ କିଏ କିଏ ଥିଲେ ଅଧିନାୟକ ?
ସର୍ବପ୍ରଥମେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ହୋଇଥିଳେ ବର୍ତ୍ତମାନର ବିସିସିଆଇ ସଭାପତି ତଥା ସୌରଭ ଗାଙ୍ଗୁଲି। ଏହାପରେ ଦଳର ଦାୟିତ୍ବ ନେଇଥିଲେ ନ୍ୟୁଜିଲାଣ୍ଡ ଟିମର ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍ ବ୍ରେଣ୍ଡନ୍ ମ୍ୟାକୁକଲମ୍। ଏହାପରେ ଗୈତମ ଗମ୍ଭୀର, ଦୀନେଶ କାର୍ତ୍ତିିକ ଓ ଇଅନ୍ ମୋର୍ଗାନ ଦଳର ନେତୃତ୍ବ ନେଇଥିଲେ।
ଚଳିତଆଇପିଏଲରେ ଶ୍ରେୟସ୍ ଆୟର ଷଷ୍ଠ ଅଧିନାୟକ ଭାବେ କେକେଆେର ଦଳର ମଙ୍ଗ ଧରିବେ। ଶ୍ରେୟସ୍ ଆୟର ନୂଆ ଅଧିନାୟକ |