ବିଏମ୍ସି ନିର୍ବାଚନ: କଂଗ୍ରେସ ଘୋଷଣା କଲା ମେୟର ପ୍ରାର୍ଥୀ, କିଏ ସେ ଜାଣନ୍ତୁ

ଓଏଲ୍ ବ୍ୟୁରୋ: ଛାଡ଼ିଲା ପଞ୍ଚାୟତ ନିର୍ବାଚନ କାକର। ଆରମ୍ଭ ହେଲା ପୌର ନିର୍ବାଚନ ତାତି। ଏସବୁ ମଧ୍ୟରେ ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପାଓ୍ବାର ପଲିଟିକ୍ସ ଖେଳ। ଏସବୁ ମଧ୍ୟରେ ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ। ଏ ନେଇ ଶୁକ୍ରବାର ଦିନ ୧୧ଟା ବେଳେ ଏ ନେଇ ବିଧିବଦ୍ଧ ଭାବେ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ଘୋଷଣା କରିଛନ୍ତି।
ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍, ଓଡ଼ିଶୀ ନୃତ୍ୟ ଶିଳ୍ପୀ। କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ। ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ । କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ଭାବେ ଚୟନ କରିଛି ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି।