ୟୁକ୍ରେନରୁ ଓଡ଼ିଶା ଫେରିଲେ ଛାତ୍ରଛାତ୍ରୀ, ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଏଲ୍ ବ୍ୟୁରୋ: ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଚାଲିଥିବା ବେଳେ ଓଡ଼ିଶା ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ। ବିଧ୍ବଂସ୍ତ କେନ୍ଦ୍ର ୟୁକ୍ରେନରୁ ଓଡ଼ିଶା ଫେରିଲେ ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ। ଅପରାହ୍ନ ସାଢ଼େ ୫ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସେଠାରେ ସ୍ୱାଗତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ସୂଚନା, ଆଜି ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ୭୭ଜଣ ଓଡ଼ିଆ ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ପହଁଞ୍ଚିଛନ୍ତି। ଏହି ସ୍ୱତନ୍ତ୍ର ବିମାନ ପାଇଁ ରାଜ୍ୟ ସରକାର ବନ୍ଦୋବସ୍ତ କରିଥିଲେ।
Welcome our students back to #Odisha. It is a huge sigh of relief that our children have returned safely from war zone after spending harrowing time in the #RussiaUkraineWar. We will continue our efforts to help rest of our students return home safely. pic.twitter.com/UyXqK7QI5d
— Naveen Patnaik (@Naveen_Odisha) March 7, 2022
ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଭେଟି ସେମାନଙ୍କର ଭଲମନ୍ଦ ପଚାରିଥିଲେ। ସେମାନେ ଯେଭଳି ଆଗକୁ ପାଠ ପଢ଼ି ପାରିବେ ସେଥିପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ଅଧିକାଂଶ ପିଲାମାନଙ୍କ ଅଭିଭାବକମାନେ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ।