୪ ରାଜ୍ୟରେ ବିଜେପି, ଜଳକା ବିରୋଧୀ
![](https://www.odishalink.com/wp-content/uploads/2020/05/bjp.jpg)
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆସିଲା ସେମି ଫାଇନାଲ ରେଜଲ୍ଟ। ଦରଦାମ୍ ବୃଦ୍ଧି, ଚାଷୀ ସମସ୍ୟା ଓ ବେକାରୀ ଭଳି ବଡ଼ ସମସ୍ୟା ଥିବା ସତ୍ତ୍ବେ ବିଜେପି କରିଛି ଦମଦାର ପ୍ରଦର୍ଶନ। ବିଜେେପିର ପ୍ରଦର୍ଶନରେ ବିରୋଧୀ ଜଳକା ହୋାଇଥିବା ମଧ୍ୟ ଦେଖାଦେଇଛି।
୫ଟି ରାଜ୍ୟରୁ ୪ଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ପଞ୍ଜାବକୁ ଛାଡ଼ିଦେଲେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ପଞ୍ଜାବରେ କିନ୍ତୁ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ। ଉଭୟ କଂଗ୍ରେସ ଓ ବିଜେପିକୁ ଚକମା ଦେଇ ପଞ୍ଜାବରେ ସରକାର ଗଠନ କରିବ ଆପ୍।
ସବୁ ରାଜ୍ୟରେ ବିଜେପି ୨.୦ ସରକାର ଆରମ୍ଭ ହେବାକୁ ଯାଇଛି। କେବଳ ପଞ୍ଜାବରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହିଁ। ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଏକାକୀ ୧୧୭ ଆସନରୁ ୯୨ଟିରେ ଜିତି ନୂଆ ଇତିହାସ ସୃଷ୍ଟି କରିଛି। ବାକି ୪ ରାଜ୍ୟ ବିଜେପି ରଙ୍ଗରେ ଗେରୁଆମୟ ହୋଇଛି।