ସିଏସ୍କେ ଶିବିରିରେ ଓଡ଼ିଆ ପୁଅ, ଦଳ ଟ୍ବିଟ୍ କରି କହିଲା…
![](https://www.odishalink.com/wp-content/uploads/2022/03/Subhrasnu-Senapati.jpg)
ଓଏଲ୍ ବ୍ୟୁରୋ: ମାର୍ଚ୍ଚ ୨୬ରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ କ୍ରିକେଟ ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଟାଇଟଲ ହାତେଇଇବା ପାଇଁ ସମସ୍ତ ଦଳ ଆପଣାଇଛନ୍ତି ରଣକୌଶଳ। ଚଳିତ ଆଇପିଏଲରେ ଦେଖିବାକୁ ମିଳିପାରେ ଓଡ଼ିଆ ପୁଅଙ୍କ ଝଲକ। ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଦିନ ଚେନ୍ନାଇ (ସିଏସ୍କେ) ଶିବରରେ ଯୋଗି ଦେଇଛନ୍ତି। ଏନେଇ ଅଫିସିଆଲ ଆକାଉଣ୍ଟରୁ ଶୁଭ୍ରାଂଶୁଙ୍କ ଏକ ଫଟୋ ସେୟାର କରିଛଛି ସିଏସ୍କେ।
Newest 🦁 entrants in Surat ➡️Subhranshu Senapati & Simarjeet Singh!#WhistlePodu 💛 pic.twitter.com/D6SVuXnMbO
— Chennai Super Kings – Mask P😷du Whistle P🥳du! (@ChennaiIPL) March 9, 2022
ଆଇପିଏଲ୍ ମେଗା ଖେଳାଳି ନିଲାମରେ ସୁପର କିଙ୍ଗ୍ସ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କ କିଣିଥିଲା। ଚଳିତ ରଣଜୀ ଟ୍ରଫିରେ ଶୁଭ୍ରାଂଶୁ ଓଡ଼ିଶା ଦଳର ନେତୃତ୍ୱ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଅଧିନରେ ଦଳ ଗୋଟିଏ ଡ୍ର’ ଏବଂ ୨ଟି ପରାଜୟ ସହ ମୋଟ ୩ପଏଣ୍ଟ ପାଇ କ୍ୱାର୍ଟର ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଥିଲା। ଶୁଭ୍ରାଂଶୁ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ।