୩୭ ଡିଗ୍ରୀ ଉପରେ ୧୨ ସହର, ସବୁଠୁ ଉତ୍ତପ୍ତ ବଲାଙ୍ଗୀର
![](https://www.odishalink.com/wp-content/uploads/2021/03/heat_wave_india.jpg)
ଓଏଲ୍ ବ୍ୟୁରୋ: ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ରାଜ୍ୟରେ ଅସହ୍ୟ ତାତି। ତାତିରେ ଆଉଟପାଉଟ ହେଲେଣି ଲୋକେ। ଏସବୁ ମଧ୍ୟରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ବଲାଙ୍ଗୀର। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରେ ୩୮.୩ ଡିଗ୍ରୀ ରହିଛି। ଯାହା ରାଜ୍ୟରେ ସର୍ବାଧିକ।
ସବୁଠୁ ବଡ଼କଥା ହେଲା ମାର୍ଚ୍ଚ ମାସ ମଧ୍ୟଭାଗରୁ ହିଁ ଖରାର ପ୍ରକୋପ ଦେଖିବାକୁ ମିଳିଳାନି। ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ସୂଚନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାଲେଶ୍ୱରର ତାପମାତ୍ରା ୩୭ ଡିଗ୍ରୀ ଥିବାବେଳେ, ଚାନ୍ଦବାଲିର ୩୬ ଡିଗ୍ରୀ, କଟକରେ ୩୬ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୬.୬ ଡିଗ୍ରୀ ରହିଥିଲା।
ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୩ ଡ଼ିଗ୍ରୀ ସହ #ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର #୧୨ସ୍ଥାନରେ ରାଜ୍ୟରେ #୩୭ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ #ଭୁବନେଶ୍ୱର ରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୬ ଡ଼ିଗ୍ରୀ ଏବଂ କଟକ ରେ ୩୬ ଡ଼ିଗ୍ରୀ ରେକର୍ଡ pic.twitter.com/txEzScW2KN
— Meteorological Centre, Bhubaneswar (@mcbbsr) March 14, 2022
ସେହିପରି ଅନୁଗୁଳର ତାପମାତ୍ରା ୩୮.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେପଟେ ସମ୍ବଲପୁରର ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍, ତାଳଚେରର ୩୭ ଡିଗ୍ରୀ, ଫୁଲବାଣୀର ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ନୟାଗଡ ଓ ବୌଦ୍ଧର ତାପମାତ୍ରା ୩୭.୫ ଡିଗ୍ରୀ ସେଲସିୟସ୍ ରହିଛି।