ରାଜଧାନୀରେ ରକ୍ତର ଛିଟା

ଓଏଲ୍ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ବରରେ ଲାଗିଲା ରକ୍ତର ଛିଟା। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ ହୋଇଥିବା ସୂଚନା।
ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ, ରୋସନ ଜେନା ଏବଂ ଭୀମଟାଙ୍ଗୀ ଅଞ୍ଚଳର ଅଙ୍କିତ ରଥ। ଗୁରୁତରମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।