କଂଗ୍ରେସ ପାର୍ଟି ଅଫିସରେ ନିଆଁ

ଓଏଲ୍ ବ୍ୟୁରୋ: ୨୪ରେ ପୌର ନିର୍ବାଚନ। ଏଥିପାଇଁ ସଜବାଜ ସମସ୍ତ ପ୍ରାର୍ଥୀ । ହେଲେ ଏହାପୂର୍ବରୁ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୭ ନମ୍ବର ଓ୍ବାର୍ଡରେ ନିର୍ବାଚନୀ ହିଂସା ଘଟିଛି। କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ।
ପୌରନିର୍ବାଚନ ପାଇଁ ୭ ନମ୍ବର ଓ୍ୱାର୍ଡରେ କଂଗ୍ରେସ ପକ୍ଷରୁ ତମ୍ବୁ ଟାଣି ଅସ୍ଥାୟୀ ପାର୍ଟି ଅଫିସ କରାଯାଇଥିଲା। ରବିବାର ବିଳମ୍ବିତ ରାତିରେ଼ କେହି ଦୁର୍ବୃତ୍ତ ସେଠାରେ ନିଆଁ ଲଗାଇ ଦେଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ନିଆଁରେ କିଛି ଜିନିଷ ପୋଡ଼ି ଯାଇଛି।
ଅପରପକ୍ଷେ ଲୋକେମାନେ କଂଗ୍ରେସକୁ ବହୁମାତ୍ରାରେ ସମର୍ଥନ କରୁଛନ୍ତି। ଯାହାଫଳରେ ବିରୋଧୀ ହତୋତ୍ସାହିତ ହୋଇଗଲେଣି। ହାରିବା ଭୟରେ ସେମାନେ ଏପରି କରୁଛନ୍ତି। ଗଣତନ୍ତ୍ରରେ ହିଂସାରେ ସ୍ଥାନ ନାହିଁ। ଯେଉଁମାନେ କରୁଛନ୍ତି, ସେମାନେ ଏଥିରେ ନିବୃତ୍ତ ରୁହନ୍ତୁ ବୋଲି କଂଗ୍ରେସର ଅଡ଼ଧଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧୀ ପ୍ରଧାନ କହିଛନ୍ତି।