ସରକାରୀ କର୍ମଚାରୀଙ୍କୁ ମୋଦି ସରକାରଙ୍କ ବଡ଼ ଭେଟି
![](https://www.odishalink.com/wp-content/uploads/2022/03/money-750x430.jpg)
ଓଏଲ୍ ବ୍ୟୁରୋ: ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର। ମହଙ୍ଗା ଭତ୍ତା ବା ଡିଏ ୩ ପ୍ରତିଶତ ବୃଦ୍ଧି କରିଛନ୍ତି ମୋଦି ସରକାର।
ଆଜି କେନ୍ଦ୍ରୀୟ କର୍ମଚାରୀଙ୍କ ୩ ପ୍ରତିଶତ ଡିଏ ବୃଦ୍ଧିକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ପେନସନଭୋଗୀଙ୍କ ଡିଆର ମଧ୍ୟ ୩% ବୃଦ୍ଧି କରିଛନ୍ତି ସରକାର। ବର୍ଦ୍ଧିତ ୩% ଡିଏ ଅତିରିକ୍ତ ଇନଷ୍ଟଲମେଣ୍ଟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ୨୦୨୨ ଜାନୁଆରୀ ୧ରୁ ପିଛିଲା ଭାବେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨୮%ରୁ ୩୧% ବୃଦ୍ଧି କରିଥିଲେ। ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ। ଏହାପୂର୍ବରୁ ସେହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା। ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଦୁଇଥର ବଢ଼ାଇଥିଲେ ସରକାର।
ଏହି ବର୍ଦ୍ଧିତ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ୯,୫୪୪.୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ଏହାଦ୍ୱାରା ୪୭.୬୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୮.୬୨ ପେନସନ ଭୋଗୀ ଉପକୃତ ହେବେ।