Odisha Link
Bridging the Missing Links in Odisha

ଓଡ଼ିଶା ବଜେଟ୍‌: କେଉଁ ବିଭାଗ ପାଇଁ କେତେ ?

ଓଏଲ୍‌ ବ୍ୟୁରୋ: ବୁଧବାର ବିଧନାସଭାରେ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୪ ମାସ ପାଇଁ କାମଚଳା ବଜେଟର ପରିଣାମ ରହିଛି ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କା।

ବଜେଟ୍‌ ଉପସ୍ଥାପନା ସମୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଓଡ଼ିଶା ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଉନ୍ନତି କରିଛି। ଖଣି ଲିଜର ଫଳପ୍ରଦ ନବୀକରଣ ଯୋଗୁଁ ଖଣି ରାଜସ୍ବ ବଢ଼ିଛି। ପୂର୍ବଅପେକ୍ଷା କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ହେବା କମିଛି। ତେବେ ଆଜିର କାମଚଳା ବଜେଟରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଘୋଷଣା ହୋଇଛି ଜାଣନ୍ତୁ।

ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାଜସ୍ବ ବିଭାଗ ପାଇଁ ୭୪,୯୯,୧୭୯ ଟଙ୍କା ବ୍ୟୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୧୦,୧୬,୫୩,୭୭୯ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ବାଣିଜ୍ୟ ବିଭାଗ-୮୬, ୭୯, ୭୫ ଟଙ୍କା ବ୍ୟୟବରାଦ ଏବଂ ଖାଦ୍ୟ ଯୋଗାଣ-୬୦,୨୪,୩୮୦ ଟଙ୍କା ବ୍ୟୟବରାଦ ହୋଇଛି ।

କୃଷକମାନଙ୍କ ସୁଧ ରିହାତି ବାବଦକୁ ୨ ଶହ କୋଟି। ସେହପରି ଦୁଗ୍ଧ ଉତ୍ପାଦନ ଓ ଅଭିବୃଦ୍ଧି ପାଇଁ ୩୧ କୋଟି ରହିଛି। ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କା ଘୋଷଣା ହୋଇଛି। ମିଶନ ଶକ୍ତି ପାଇଁ ୩ ହଜାର କୋଟି ଟଙ୍କା। ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩ ହଜାର ୯୭୪ କୋଟି ଟଙ୍କା ଘୋଷଣା ହୋଇଛି।

ସେହିପରି। ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି। ଅବଢା ଯୋଜନା ପାଇଁ ୧୪୦୮ କୋଟି ଟଙ୍କା। ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧୫୦ କୋଟି। ଜଳଜୀବନ ମିଶନ ପାଇଁ ୬ ହଜାର କୋଟି। ସହରାଞ୍ଚଳ ସ୍ୱରେଜ ପ୍ରକଳ୍ପ ପାଇଁ ୧୩୮ କୋଟି ଟଙ୍କା। ସହରାଞ୍ଚଳ ପ୍ରଶାସନ ଉନ୍ନତି ପାଇଁ ୪୫୦ କୋଟି। ସ୍ମାର୍ଟସିଟି ପାଇଁ ୨୦୦ କୋଟି ଟଙ୍କା। କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର।

Leave A Reply

Your email address will not be published.