ରୋଷେଇ ଘରେ ଲାଗିଲା ନିଆଁ, ଏବେ ସିଲିଣ୍ଡର ପିଛା ଦେବେ ୧୦୦୦

ଓଏଲ୍ ବ୍ୟୁରୋ: ମେ’ ମାସ ପ୍ରଥମ ସପ୍ତାହରୁ ହିଁ ମହଙ୍ଗା ମାଡ଼। ପୁଣି ବଢ଼ିଲା ଘରୋଇ ରନ୍ଧନ ଗ୍ୟାସ୍ ଦର। ଶନିବାର ୧୪.୨ କେଜି ଏଲ୍ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଏହି ବର୍ଦ୍ଧିତଦର ଆଜିଠାରୁ ଲାଗୁ ହୋଇଛି। ବର୍ଦ୍ଧିତ ଗ୍ୟାସଦର ବୃଦ୍ଧି ପାଇବା ପରେ ବର୍ତ୍ତମାନ ଗ୍ୟାସ୍ ସିଲିଣ୍ଡର ଦର ୯୯୯ ଟଙ୍କା ୫୦ ପଇସାରେ ପହଁଞ୍ଚିଛି।
ସୂଚନାଯୋଗ୍ୟ, ଏପ୍ରିଲ ମାସରେ ଗ୍ୟାସ୍ ଦର ଅପରବର୍ତ୍ତିତ ରହିଥିଲା। ଗୋଟିଏ ମାସର ବୀରତି ପରେ ପୁଣିଥରେ ବଢ଼ିଛି ଗ୍ୟାସ ଦର। ଯାହା ଖାଉଟିଙ୍କ ପକେଟ୍ ଉପରେ ପ୍ରଭାବ ପଡ଼ିଛି। ଏହାପୂର୍ବରୁ ୨୨ ମାର୍ଚ୍ଚରେ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା।
ଚଳିତ ମାସ ପହିଲାରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ୧୦୨.୫୦ ଟଙ୍କା ବୃଦ୍ଧି ହୋଇଥିଲେ। ୧୯ କେ.ଜି କମର୍ସିଆଲ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୨୩୫୫.୫୦ଟଙ୍କାରେ ପହଞ୍ଚିଥିବାବେଳେ ଆଉ କିଛି ସ୍ଥାନରେ ଏହା ୨୫ଶହ ଟଙ୍କାକୁ ଛୁଇଁଛି।
ଦେଶରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ଚଳିତ ସପ୍ତାହରେ ସାବୁନ, ସ୍ୟାମ୍ପୁ, ପାଉଡର ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବାକୁ ୟୁନିଲିଭର ନିଷ୍ପତ୍ତି ନେଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ପଡିଛି। ଏହାରି ଭିତରେ ଜନସାଧାରଣଙ୍କ ଉପରେ ଉପରେ ମହଙ୍ଗା ମାଡ ହୋଇଛି। ପ୍ରାୟ ଦେଢ ମାସ ପରେ ପୁଣି ଥରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।