ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଶ୍ରୀଲଙ୍କାରେ ଅଣାୟତ୍ତ ସ୍ଥିତି। ଘୋଣ ଆର୍ଥିକ ସଙ୍କଟରେ ଯୁଝି ହେଉଛି ସାରା ଦେଶ। ସ୍ବାଧୀନତା ପରେ ଶ୍ରୀଲଙ୍କାରେ ପ୍ରଥମଥର ପାଇଁ ଏଭଳିସ୍ଥିତି ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହିନ୍ଦ୍ରା ରାଜପକ୍ଷ। ତାଙ୍କ ପରେ ଶ୍ରୀଲଙ୍କାର ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ନା ଜୟସୁମାନା ମଧ୍ୟ ଇସ୍ତଫା ଦେଇଛନ୍ତି।
ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ସଙ୍ଗିନ ହେବା ପରେ ସେଠିକାର ପରିସ୍ଥତି ଅଣାୟତ୍ତ ହୋଇପଡ଼ିଥିଲା। ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଥିଲା।
ଯାହାପରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ। ଏପରିକି ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ ଜନସାଧାରଣ। ଦେଶବ୍ୟାପି ଆନ୍ଦୋଳନ ତୀବ୍ର ହୋଇଥିଲା। ଏହା ପରେ ସରକାର ଆନ୍ଦୋଳନକୁ ପ୍ରସମିତ କରିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିଲା । ହେଲେ ଉତ୍ତ୍ୟକ୍ତ ଜନତା ଆଇନ ଅମାନ୍ୟ କରି ଆନ୍ଦୋଳକୁ ତୀବ୍ର କରିଥିଲେ। ପ୍ରାୟ ମାସେରୁ ଊର୍ଦ୍ଦ୍ୱ ଧରି ଦେଶରେ ଆନ୍ଦୋଳନ ଜାରି ରହିଛି।
ଏଥିସହ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଆନ୍ଦୋଳନ ବଢ଼ିବା ପରେ ଶେଷରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଅଫିସ ଭଙ୍ଗାରୁଜା ହେବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଇଛନ୍ତି।