ରାଜଧାନୀରେ ବନ୍ୟାଜଳ
![](https://www.odishalink.com/wp-content/uploads/2022/08/Flood-Water-In-Bhubaneswar-.png)
ଓଏଲ୍ ବ୍ୟୁରୋ: ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବନ୍ୟାସ୍ଥିତି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପଶିଲା ବନ୍ୟାଜଳ। ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ ପାଣି ପଶିବା ଯୋଗୁ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।
ଏଭଳିକି ରାସ୍ତାରେ ତିତିଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟତରେ ଅସୁବିଧା ସୃଷ୍ଟି ହୋାଇଛି। ଅନ୍ୟପଟେ ପିଇବା ପାଣି ସଙ୍କଟ ଦେଖାଯିବା ସହିତ ବିଦ୍ୟୁତ କାଟ ଯୋଗୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମଧ୍ୟ।
ସେହିପରି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲିପାଟଣା ବ୍ଲକର ସାରଜ ରାଜସ ପଞ୍ଚାୟତର କୃଷ୍ଣପୁର, ମଠସାହି, ବରାହପୁର ଓ ନବାଟିଆ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି। ଗାଁ ଦାଣ୍ଡରେ ୨ରୁ ୩ ଫୁଟ୍ ପାଣି ଚାଲୁଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି।