ରାଗିଂ ଅଭିଯୋଗ: ଶୁଣିଲେନି ଶିକ୍ଷାମନ୍ତ୍ରୀ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଓଏଲ୍ ବ୍ୟୁରୋ: ପୁଣିଥରେ ସାମ୍ନାକୁ ଆସିଲା ଆଉ ଏକ ରାଗିଂ ଅଭିଯୋଗ। ନିମାପଡ଼ା ସ୍ବଂୟଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଆଣିଛନ୍ତି ଏଭଳି ଅଭିଯୋଗ। ଛାତ୍ରୀ ଜଣକ ଏସିଡ୍ ପକାଇବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ଛାତ୍ର ଜଣକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରାଗିଂ କରିଥିବା ସିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ କମ୍ପରମାଇଜ୍ କରିବାକୁ ଚାପ ପକାଯାଉଛି। କଲେଜରେ ୩ ମାସ ଧରି ରାଗିଂ କରାଯିବା ପରେ ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀ ଜଣକ ।
କିଛି ସୁଫଳ ମିଳି ନଥିବାରୁ ସ୍ଥାନୀୟ ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଭେଟି ସବୁ କଥା ଜଣାଇଥିଲେ। କିନ୍ତୁ ପୀଡ଼ିତାକୁ ନ୍ୟାୟ ଦେବା ପରିବର୍ତ୍ତେ ଘଟଣାକୁ ଚାପିବାକୁ ଉଦ୍ୟମ କରିବା ସହିତ ପୁଲିସ ପୀଡ଼ିତାକୁ ଜୋର ଜବରଦସ୍ତି ତାର ହଷ୍ଟେଲରେ ଥିବା ଜିନିଷ ପତ୍ର ଦେଇ ତାକୁ ବିଦା କରିଦେଇଛି। ଏହି ଘଟଣାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି।