ମହିଳାଙ୍କ ମୃତ ଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

ଓଏଲ ବ୍ୟୁରୋ: ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଜମନକିରା ଥାନା ସାନଲଙ୍ଗାବାହାଲ ଗ୍ରାମରୁ ମିଳିଛି ମହିଳାଙ୍କ ମୃତଦେହ। ମହିଳାଙ୍କ ହତ୍ୟା ଖବରକୁ ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକେ।
ମହିଳାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବାର ସୂଚନା ମିଳିଛି। ସ୍ତ୍ରୀଙ୍କ ମୃତ ଶରୀର ଦେଖି ସ୍ୱାମୀ ସରୋଜ କୁଆଡେ ସମସ୍ତଙ୍କୁ ଜଣାଇଥିଲେ। ତାଙ୍କ ସ୍ତ୍ରୀ କୁମୁଦିନୀ ଙ୍କୁ ଘରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ସ୍ଥାନୀୟ ପଡାବାସୀଙ୍କୁ ଡାକିବା ସହିତ ନିଜ ଘର ଲୋକଙ୍କୁ ଜଣାଇଥିଲେ।
ନିଜ ଶ୍ୱଶୁର ଘରକୁ ମଧ୍ୟ ଫୋନ ମାଧ୍ୟମରେ ଜଣାଇ ଥିବାର ସୂଚନା ମିଳିଛି। ଘଟଣା ସ୍ଥଳରେ ଶ୍ବଶୁର ଘର ଲୋକେ ପହଁଚିଲା ପରେ ପୋଲିସ କୁ ଏ ସମ୍ପର୍କରେ ଜଣାଇଥିଲେ। ଝିଅ ଘର ଲୋକଙ୍କ ର ସଂଗୀନ ଅଭିଯୋଗ ଯେ ତାଙ୍କ ଝିଅ କୁ ତା ସ୍ୱାମୀ ମାରିଦେଇଛି।
ପୂର୍ବରୁ ଦୁଇଜଣଙ୍କ ଭିତରେ ଅନେକ ଥର ପାରିବାରିକ କଳହ ଲାଗିରହିବାର ସୂଚନା ଦେଇଛନ୍ତି ଝିଅର ଘର ଲୋକେ। ବୋଧେ ଦୁହିଁଙ୍କ କଳହ ରେ ଅସହ୍ୟ ହୋଇ ଝିଅର ହତ୍ୟା ହୋଇଥିବାର ଅନୁମାନ କରାଯାଉଛି।
ଘଟଣା ସ୍ଥଳରେ ପହଁଞ୍ଚି ଜମନକିରା ପୁଲିସ ଏକମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୁଚିଣ୍ଡା ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ତଦନ୍ତ ପରେ ଜଣା ପଡ଼ିବ ଏହା ଆତ୍ମହତ୍ୟା ନା ହତ୍ୟା।