ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ, ଦଳ ଜାରି କଲା ବିଜ୍ଞପ୍ତି
![](https://www.odishalink.com/wp-content/uploads/2022/11/Pradeep-Purhoit.jpg)
ଓଏଲ୍ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଥମେ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି ଦଳ। ଏନେଇ ଗତକାଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟିକା କୁସୁମ ଟେଟେ ଗଣମାଧ୍ୟମକୁ କହିଥିଲେ। ହେଲେ ଆଜି ଦଳ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
ଶ୍ରୀ ପୁରୋହିତଙ୍କ ନେତୃତ୍ବରେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୮ଟି ଜୋନ୍ ମଧ୍ୟରୁ ଦଳ ୪ଟିରେ ବିଜୟ ହାସଲ କରିଥିଲା। ଫଳତଃ, ଉପନିର୍ବାଚନରେ ଶ୍ରୀ ପୁରୋହିତ ସ୍ବାଭାବିକ ଭାବେ ଟିକଟ୍ ଦାବିଦାର ଥିଲେ।
ଅନ୍ୟପକ୍ଷରେ, ପ୍ରାର୍ଥିତ୍ବକୁ ନେଇ ଶାସକ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଗତମାସ ୨୬ ଓ ୨୭ ତାରିଖ ଏକାସଙ୍ଗରେ ସାତଜଣ ମନ୍ତ୍ରୀ ଓ ଦୁଇଜଣ ବିଧାୟକ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ୫-ଟି ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏହି ଗସ୍ତ କୁହାଯାଉଥିବା ବେଳେ ଗ୍ରାମାଞ୍ଚଳର ଲୋକଙ୍କ ହାବାଭାବ ପରଖିବା ଏହି ଗସ୍ତର ଅସଲ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଉଛି।