Odisha Link
Bridging the Missing Links in Odisha

କିଡ୍‌ନୀ ଚୋରି: ଡାକ୍ତରଙ୍କ କିଡ୍‌ନୀ ନେବା ଜିଦରେ ଅଟଳ ପୀଡ଼ିତା

ମହିଳା ଜଣକ ଅଭିଯୋଗରେ କହିଛନ୍ତି ଡାକ୍ତରଙ୍କ କିଡ୍‌ନୀ ତାଙ୍କ ବଞ୍ଚିବା ପାଇଁ ସ୍ଥାନାନ୍ତର କରାଯାଉ। ଏହି ୩୮ ବର୍ଷୀୟା ମହିଳା ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ (SKMCH)ରେ ଚିକିତ୍ସିତ ହେଉଛନ୍ତି।

ଓଏଲ୍ ବ୍ୟୁରୋ: ନର୍ସିଂହୋମରୁ କିଡ୍‌ନୀ ଠକେଇ ଅଭିଯୋଗ। ଏଭଳି ଅଭିଯୋଗ ଆଣିଲେ ମୁଜାଫରପୁରର ସୁନୀତା ଦେବୀ। ଏହି ମହିଳାଙ୍କ ଉଭୟ କିଡ୍‌ନୀକୁ ଚଳିତ ବର୍ଷ ସେପ୍ଟେମ୍ବରରେ ସ୍ଥାନୀୟ ଏକ ଘରୋଇ ନର୍ସିଂହୋମରେ ଚୋରି କରାଯାଇଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ଅଭିଯୋଗରେ କହିଛନ୍ତି ଡାକ୍ତରଙ୍କ କିଡ୍‌ନୀ ତାଙ୍କ ବଞ୍ଚିବା ପାଇଁ ସ୍ଥାନାନ୍ତର କରାଯାଉ। ଏହି ୩୮ ବର୍ଷୀୟା ମହିଳା ମୁଜାଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ (SKMCH)ରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ ସରକାରଙ୍କୁ ନିବେଦନ କରିଛନ୍ତି ଯେଉଁ ଡାକ୍ତର ତାଙ୍କ କିଡ୍‌ନୀ ନେଇଛି ତାଙ୍କୁ ଖୁବଶୀଘ୍ର ଗିରଫ କରାଯାଉ।

ସୁନିତା ଗଣମାଧ୍ୟମକୁ କହିଛନ୍ତି ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତରଙ୍କ କିଡ୍‌ନୀ ମୋତେ ଦିଆଯିବା ଉଚିତ ଯାହାଦ୍ୱାରା ମୁଁ ବଞ୍ଚିପାରିବି। ଏହି ଡାକ୍ତର ଉପରେ ଯଦି ପଦକ୍ଷେପ ନିଆଯାଏ ତେବେ ତାଙ୍କ ପାଇଁ ଗରିବ ଲୋକଙ୍କ ଜୀବନ ସହ ଖେଳୁଥିବା ଡାକ୍ତରଙ୍କୁ ଉଚିତ ଶିକ୍ଷା ମିଳି ପାରିବ। ମହିଳାଙ୍କର ୩ଟି ନାବାଳକ ସନ୍ତାନ ଥିବାରୁ ସେ ତାଙ୍କ ଯତ୍ନ ନେବା ପାଇଁ ଜୀବିତ ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି । ଘଟଣାଟି ସାମ୍ନାକୁ ଆସିଥିଲା ସେପ୍ଟେମ୍ବରରେ ଏବଂ ଏହା ଜାଣିବାପରେ ଅଭିଯୁକ୍ତ ଡ. ଆର କେ ସିଂ କୁଆଡେ ପଳାଇଥିଲେ। ପୁଲିସ ମଧ୍ଯ ସେ ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି କହୁଛି ।

ମହିଳା ଜଣକ ତାଙ୍କ ଗର୍ଭାଶୟ ସଂକ୍ରମଣର ଚିକିତ୍ସା ପାଇଁ ମୁଜାଫରପୁର ସହରର ବରିୟରପୁର ଏକ ଘରୋଇ କ୍ଲିନିକ୍ ଯାଇଥିଲେ । ଯେତେବେଳେ ତାଙ୍କର ଉଭୟ କିଡ୍‌ନୀକୁ ଡାକ୍ତର ଅପସାରଣ କରିଥିବା ଅଭିଯୋଗ ହୋଇଥିଲା , ସେପ୍ଟେମ୍ବର ୩ ରେ ତାଙ୍କୁ ଅପରେସନ୍ କରାଯାଇଥିଲା । ତାପରେ ସେ କ୍ରମାଗତ ପେଟରେ ଯନ୍ତ୍ରଣା ଭୋଗୁଥିଲେ ଏବଂ ଅପରେସନ୍ ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ତୁରନ୍ତ ମହିଳାଙ୍କୁ SKMCHକୁ ନିଆଯାଇଥିଲା ଯେଉଁଠାରେ ପରୀକ୍ଷଣ ପରେ ଉପସ୍ଥିତ ଡାକ୍ତରମାନେ କହିଥିଲେ ଯେ ତାଙ୍କର ଉଭୟ କିଡ୍‌ନୀ ନିଖୋଜ ଅଛି।

ପରବର୍ତ୍ତୀ ସମୟରେ ତାଙ୍କୁ ପାଟନାରେ ଥିବା ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଆଇଜିଏମ୍ଏସ୍)କୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ କିଛିଦିନ ଚିକିତ୍ସା ପରେ ତାଙ୍କୁ SKMCHକୁ ପଠାଯାଇଥିଲା ଯେଉଁଠାରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ମଙ୍ଗଳବାର ଦିନ SKMCHର ଡ଼. ବି.ଏସ .ଝା କହିଛନ୍ତି , “ଆମେ ତାଙ୍କ ଚିକିତ୍ସା ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ତାଙ୍କ ଡାଏଲିସିସ୍ କରୁଛୁ , ଆମେ ତାଙ୍କ ଅବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛୁ” ।

Leave A Reply

Your email address will not be published.