କ୍ୟାପିଟାଲ ହସ୍ପିଟାଲର ସମୀକ୍ଷା କଲେ 5T ସଚିବ
ଟ୍ରମା କେୟାର ଓ ମେଡିକାଲ କଲେଜର ଭିତ୍ତିଭୂମି ସମୀକ୍ଷା କରିଥିବାବେଳେ ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ ଲକ୍ଷ୍ୟ ରହିଛି ।

ଓଏଲ୍ ବ୍ୟୁରୋ : ଚିକିତ୍ସାଳୟ ଭିତ୍ତିଭୂମି ସୁଦୃଢ ପାଇଁ ନୂତନ ପଦକ୍ଷେପ। ସକାଳ ପ୍ରାୟ ୫.୩୦ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ କ୍ୟାପିଟାଲ ହସ୍ପିଟାଲର ପରିଦର୍ଶନରେ ଯାଇଥିଲେ । ସେ ଟ୍ରମା କେୟାର ଓ ମେଡିକାଲ କଲେଜର ଭିତ୍ତିଭୂମି ସମୀକ୍ଷା କରିଥିବାବେଳେ ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ ଲକ୍ଷ୍ୟ ରହିଛି ।
ଏହି ଅବସରରେ ଯୋଗଦେଇଥିଲେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ସାଲିନି ପଣ୍ଡିତ ଓ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ଅନ୍ୟ କର୍ମଚାରୀ ମାନେ ମଧ୍ଯ ଉପସ୍ଥିତ ଥିଲେ । ୨୮୦ କୋଟି ଟଙ୍କା ବ୍ୟୟରେ ପି. ଜି. ଏମ୍. ଆର୍ ହେଉଥିବାବେଳେ ୮୦ କୋଟି ଟଙ୍କାର ଟ୍ରମା କେୟାର ପ୍ରତିଷ୍ଠା ହେବାର ସୂଚନା ମିଳିଛି ।
ସମସ୍ତ ପ୍ରକଳ୍ପକୁ ଅନୁଧ୍ୟାନ କରିବା ସହ ଇଞ୍ଜିନିୟର ମାନଙ୍କୁ ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ 5T ସଚିବ। କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀ କିପରି ସବୁ ଚିକିତ୍ସା ପାଇ ଲାଭବାନ ହେବେ ତାହା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ଭିତ୍ତିଭୂମି ସୁଦୃଢ ହେଲେ କ୍ୟାପିଟାଲ ହସ୍ପିଟାଲ ଓଡ଼ିଶାର ଚିକିତ୍ସା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିବ।