ନାମାଙ୍କନ ଭରିଲେ ବର୍ଷା

ଓଏଲ୍ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ରାଜନୀତି। ଆଜି ହେଉଛି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ। ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିର ବରିଷ୍ଠ ନେତା ଓ ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବର୍ଷା ସିଂ ବରିହା।
ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ମାଣ୍ଡୋସିଲ ନିକଟ ବୁଢ଼ାରଜା ମନ୍ଦିର ଠାରେ ପୂଜା କରିଛନ୍ତି ବର୍ଷା। ସୂଚନାଯୋଗ୍ୟ, ଏହି ମନ୍ଦିରରେ ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହା ଏହି ମନ୍ଦିରରେ ପୂଜାର୍ଚ୍ଚନା କଲା ପରେ ନାମାଙ୍କନ ଦାଖଲ କରୁଥିଲେ। ତେବେ ବରିହା ପରିବାରର ପ୍ରତ୍ୟେକ ଶୁଭ କାର୍ଯ୍ୟ ପୂର୍ବରୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ହୁଏ। ଏହି ସ୍ଥାନରେ ଅଂଚଳବାସୀ ଓ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ।