ବିଜେଡିରେ ସାମିଲ ହେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ
ନୂଆପଡାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଛନ୍ତି ।

ଓଏଲ୍ ବ୍ୟୁରୋ : ଉପ-ନିର୍ବାଚନ ପୂର୍ବରୁ ପଦ୍ମପୁରରେ ବଳ ଗୋଟାଉଛି ବିଜେଡି । ଉପ-ନିର୍ବାଚନ ପାଇଁ ପଦ୍ମପୁର ରାଜନୀତି ସରଗରମ ଥିବା ବେଳେ ୩ ଦଳ ପକ୍ଷରୁ ଆଜି ନାମାଙ୍କନପତ୍ର ଦାଖଲ କରାଯିବ । ଏସବୁ ଭିତରେ ଆଜି ବିଜେଡି ପଦ୍ମପୁରରେ ନିଜର ଶକ୍ତି ବଢାଇଛି । ନୂଆପଡାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ବିଧିବଦ୍ଧ ଭାବେ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।
ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ନବୀନ ନିବାସରେ ଶତାଧିକ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଛନ୍ତି । ମହେନ୍ଦ୍ର ବଢ଼େଇ ନୂଆପଡା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । କାର୍ଯ୍ୟରୁ ସେ କିଛି ଦିନ ତଳେ ସ୍ବେଛାକୃତ ଅବସର ନେଇଥିଲେ। ପଦ୍ମପୁରରେ ମହେନ୍ଦ୍ରଙ୍କ ଘର ହୋଇଥିବା ବେଳେ ଉପ ନିର୍ବାଚନ ପୂର୍ବରୁ ତାଙ୍କ ଯୋଗଦାନ ଦଳକୁ ସୁଦୃଢ଼ କରିବ ବୋଲି କୁହାଯାଉଛି।
ବିଜେଡିରେ ଯୋଗ ଦେବା ପରେ ମହେନ୍ଦ୍ର ବଢ଼େଇ କହିଛନ୍ତି, ପୂର୍ବରୁ ସେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଥିଲେ , ଏବେ ବିଜେଡି କର୍ମୀ ଭାବେ ଲୋକଙ୍କ ସେବା କରିପାରିବେ । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୁଚାରୁ ରୂପେ ତୁଲାଇବେ ବୋଲି ମହେନ୍ଦ୍ର କହିଛନ୍ତି ।
ଚାଷୀଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ସେ ପୂର୍ବରୁ ଏବଂ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କୁ କହି ବୀମା ସମସ୍ୟା ସମାଧାନ କରାଇଥିବାରୁ ସମସ୍ତ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ମହେନ୍ଦ୍ର ବଢ଼େଇ କହିଛନ୍ତି ପଦ୍ମପୁରରେ ବିଜେଡି ଏକ ହୋଇ ଲଢୁଛି, ପଦ୍ମପୁରରେ ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ବିପୁଳ ପରିମାଣରେ ଜିତିବେ ବୋଲି ସେ ଆଶା ରଖିଛନ୍ତି ।