ବୃଦ୍ଧି ହୋଇପାରେ ବିଧାୟକଙ୍କ ଦରମା
ବିଧାୟକଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ । ରାଜ୍ୟସରକାର ଏହାପରେ ଚୂଡାନ୍ତ ନିଷ୍ପତ୍ତି ନେବେ
ଓଏଲ୍ ବ୍ୟୁରୋ : ବଢିପାରେ ବିଧାୟକଙ୍କ ଦରମା। ବିଧାନସଭାର ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଲୋଚନା ଶେଷ ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ। ରାଜ୍ୟସରକାର ଏହାପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବରୁ ବିଧାନସଭା ଅଧିବେଶନରେ ସର୍ବସମ୍ମତ ଦ୍ୱାରା ବିଧାୟକଙ୍କ ଦରମା ବୃଦ୍ଧି ନେଇ ମତ ପ୍ରକାଶ ପାଇଥିଲା। ଏହି ସର୍ବସମ୍ମତ ମତକୁ ଆଧାର କରି ଉପଦେଷ୍ଟା କମିଟି ଏ ବାବଦରେ ଆଲୋଚନା କରିଛି ।
ବିଧାୟକଙ୍କ ଦରମା ସହ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଛି ଏବଂ ପୂର୍ବତନ ବିଧାୟକଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚ ମଧ୍ୟ ବୃଦ୍ଧି କରିବାକୁ ଆଲୋଚନା ହୋଇଛି। ବିଧାୟକମାନଙ୍କ କହିବା ମୁତାବକ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଧାୟକଙ୍କ ଭତ୍ତା ଓ ଦରମା କମ ରହିଛି। ଓଡ଼ିଶାରେ ସମସ୍ତ ଖର୍ଚ୍ଚ ବାବଦକୁ ବିଧାୟକଙ୍କୁ ୯୮ ହଜାର ଟଙ୍କା ମିଳୁଥିବାବେଳେ ଅନ୍ୟ ରାଜ୍ୟରେ ବିଧାୟକଙ୍କ ଦରମା ଦୁଇ ଲକ୍ଷରୁ ଅଧିକ।ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଆଗକୁ ହେବାକୁ ଥିବା ବୈଠକରେ ବିଧାୟକଙ୍କର ଦରମା କେତେ ଟଙ୍କା ବୃଦ୍ଧି କରାଯିବ ସେନେଇ ନିଷ୍ପତ୍ତି ନିଆଯିବ।