ମାଗଣାରେ ବୁଲିବେ ଐତିହାସିକ ସ୍ଥଳ
କୋଣାର୍କ , ରାଜାରାଣୀ ଏବଂ ଅନ୍ୟାନ୍ୟ ଟିକେଟ ପଡୁଥିବା ଐତିହ୍ୟ ସ୍ଥଳରେ ଟିକେଟ ଦେବାକୁ ପଡିବ ନାହିଁ।ଟିକେଟ ମୁକ୍ତ ପର୍ଯ୍ୟଟନ ସ୍ଥଳୀର ସୂଚନା ଟ୍ୱିଟ ଯୋଗେ ଏଏସଆଇ ପକ୍ଷରୁ ଆସିଛି।
![](https://www.odishalink.com/wp-content/uploads/2022/11/SEF-A.jpg)
ଓଏଲ୍ ବ୍ୟୁରୋ: ବିଶ୍ୱ ଐତିହାସିକ ସପ୍ତାହ ଅବସରରେ ଏଏସଆଇ ଦେଇଛି ପର୍ଯ୍ୟଟକଙ୍କ ପାଇଁ ଭେଟି। ଆଜି ପାଇଁ ଟିକେଟ ମୁକ୍ତ ହେଲା ପର୍ଯ୍ୟଟକ ସ୍ଥଳ। ଏଏସଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପାଇଁ ଟିକେଟ ମୁକ୍ତ କରାଯାଇଛି। ଯାହାଦ୍ୱାରା ଆଜି ତାଜମହଲ ସମେତ ଦେଶରେ ଥିବା ସମସ୍ତ ଏଏସଆଇ ଅଧୀନରେ ଐତିହ୍ୟ ସ୍ଥଳକୁ ମାଗଣାରେ ପରିଦର୍ଶନ କରିବେ ପର୍ଯ୍ୟଟକ।
କେବଳ ତାଜମହଲରେ ଥିବା ମୁଖ୍ୟ କବର ପାଇଁ ଟିକେଟ ଲାଗିବ ତାହା ବ୍ୟତୀତ ଆଉ ସମସ୍ତ ସ୍ଥାନ ମାଗଣା ପରିଦର୍ଶନ କରିପାରିବେ ପର୍ଯ୍ୟଟକ। ଓଡ଼ିଶାରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଟିକେଟ ମୁକ୍ତ ମଧ୍ୟ କରାଯାଇଛି।କୋଣାର୍କ,ରାଜାରାଣୀ ଏବଂ ଅନ୍ୟାନ୍ୟ ଟିକେଟ ପଡୁଥିବା ଐତିହ୍ୟ ସ୍ଥଳରେ ଟିକେଟ ଦେବାକୁ ପଡିବ ନାହିଁ।ଟିକେଟ ମୁକ୍ତ ପର୍ଯ୍ୟଟନ ସ୍ଥଳୀର ସୂଚନା ଟ୍ୱିଟ ଯୋଗେ ଏଏସଆଇ ପକ୍ଷରୁ ଆସିଛି।ଆଜି ମାଗଣାରେ ଐତିହ୍ୟ ସ୍ଥଳ ବୁଲିବେ ସାଧାରଣ ପର୍ଯ୍ୟଟକ।ଦେଶ ପାଳୁଛି ବିଶ୍ୱ ଐତିହ୍ୟ ସପ୍ତାହ।ଦେଶରେ ବିଭିନ୍ନ ସ୍ଥାନର ଐତିହ୍ୟ ସ୍ଥଳରେ ଟିକେଟ ମୁକ୍ତ ହୋଇଥିବାବେଳେ ଏହା ଏଏସଆଇ ଅଧୀନରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ଆଜି ପାଇଁ ଟିକେଟ ମୁକ୍ତ ଘୋଷଣା କରିଛନ୍ତି ଏଏସଆଇ।