ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ

ଓଏଲ୍ ବ୍ୟୁରୋ: ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଚଳିତ ଥର ଶୀତ ଅଧିବେଶନ ମୋଟ ୨୩ ଦିନ ଧରି ଚାଲିବ। ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।
ସେ ଟ୍ବିଟ୍ କରି କହିଛନ୍ତି ଯେ, ୨୦୨୨ର ସଂସଦୀୟ ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୨୩ ଦିନ ଧରି ହେବାକୁ ଥିବା ଏହି ଅଧିବେଶନରେ ସମୁଦାୟ ୧୭ଟି ବୈଠକ ବସିବ। ଏହି ଅଧିବେଶନରେ ଆଇନ ପ୍ରସ୍ତୁତି ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା ହେବ।
ଏଥର ଶୀତକାଳୀନ ଅଧିବେଶନରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧିବେଶନ ପରିଚାଳନା କରିବେ। ଚଳିତ ଶୀତକାଳୀନ ଅଧିବେଶନରେ ସରକାର ଅନେକ ଚିଠା ପାରିତ କରିବାକୁ ଯୋଜନା କରିଛନ୍ତି।