ଫିଫା ଫୁଟବଲ ବିଶ୍ୱକପର ଉଦଘାଟନୀ ଦିବସ ପାଳିତ
ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର -ଇକ୍ବେଡର ମଧ୍ୟରେ ଖେଳାଯାଇଛି।

ଓଏଲ୍ ବ୍ୟୁରୋ : କତାରରେ ଆରମ୍ଭ ହେଲା ଫିଫା ଫୁଟବଲ ବିଶ୍ୱକପ୍। ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟନୀ ଦିବସ ଆରମ୍ଭ। ୮୮ ବର୍ଷ ପରେ କତାର ଆୟୋଜକ ଭାବେ ବିଶ୍ୱକପରେ ପଦାର୍ପଣ କରିଥିବାବେଳେ କତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଅଧଘଣ୍ଟାର ଉଦଧାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫ୍ରାନ୍ସର ପୂର୍ବତନ ଖେଳାଳି ମାର୍ସେଲ ଡିସେଲିଙ୍କଠାରୁ ଗତ ସଂସ୍କରଣର ବିଜେତା ଫ୍ରାନ୍ସ ତରଫରୁ ମାର୍ସେଲ ବିଶ୍ୱକପ୍ ଟ୍ରଫି ହସ୍ତାନ୍ତର କରିଥିଲେ।
ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଲା ଆରବୀୟ ଝଲକ। ବରିଷ୍ଠ ଆମେରିକୀୟ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ ଅଭିନୟ ମାଧ୍ୟମରେ ବିଶ୍ୱ ଏକତା ଉପରେ ବାର୍ତ୍ତା ଦେଇଥିଲେ। ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର -ଇକ୍ବେଡର ମଧ୍ୟରେ ଖେଳାଯାଇଛି। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହୋଇଥିଲା। ବିଶ୍ଵକପରେ ଷ୍ଟାଡିୟମକୁ ମଦ ବାରଣ କରାଯାଇଥିବାବେଳେ ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା ଫିଫା ସୂଚନା ଦେଇଛି। ‘‘ଫିଫା ଓ ଆୟୋଜକ ଦେଶର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ କାତାର ଫିଫା ବିଶ୍ୱକପ୍ ସମୟରେ ଷ୍ଟାଡିୟମ ଭିତରେ ବିୟର ବିକ୍ରି କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।
ଆରବିକ୍ ପରମ୍ପରାର ଝଲକ ଭିତରେ ଆରମ୍ଭ ହୋଇଥିଲା ନାଚ ଗୀତର ଆସର। ଦକ୍ଷିଣ କୋରିଆ ବିଟିଏସ୍ ବ୍ୟାଣ୍ଡ୍ର ପପ୍ଷ୍ଟାର୍ ଜଙ୍ଗ କୁକ୍ ‘ଡ୍ରିମର୍ସ’ ପରିବେଷଣ କରିଥିଲା ବେଳେ କାତାରୀ ଗାୟକ ଫହାଦ୍ ଅଲ୍ କୁବୈସି ଷ୍ଟାଡିୟମ୍ର ଉଷ୍ମତାକୁ ବଢ଼ାଇ ଦେଇଥିଲେ। ହେଲେ ଯେଉଁ ବଡ଼ବଡ଼ ତାରକାମାନେ ଏଠାରେ ଗୀତ ଓ ନୃତ୍ୟ ପରିବେଷଣ କରିବେ ବୋଲି କୁହାଯାଇଥିଲା, ତାହା ଦେଖିବାକୁ ମିଳିନଥିଲା।
ଶେଷ ଆଡ଼କୁ ବିଗତ ବିଶ୍ବକପ୍ଗୁଡ଼ିକର ମାସ୍କଟ ସହିତ ଚଳିତ ଥରର ମାସ୍କଟ ‘ଲାଇବ୍’ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେପଟେ ବିଭିନ୍ନ ଦଳ ଜୋରଦାର ଅଭ୍ୟାସ ଜାରି ରଖିବା ସହ ବିଶ୍ଵକପ ପାଇଁ ଜୋରଦାର ପ୍ରସ୍ତୁତ କରିଛନ୍ତି । ଏଥର ୩୨ ଟି ଟିମ୍ ୮ଟି ଗ୍ରୁପରେ ରହିଛନ୍ତି। ଏହି ମହାସମର ପାଇଁ ଅନେକ ଦିନ ହେବ ଦର୍ଶକ ଅପେକ୍ଷା କରିଥିବାବେଳେ ଫିଫା ଫୁଟବଲ ବିଶ୍ଵକପର ବିଜେତା କିଏ ହେବ ଦେଖିବାକୁ ବାକିରହିଲା।