ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ କର୍ମଚାରୀ ଆହତ
ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ ପାଇଁ ୨ଟି ଦମକଳ ଗାଡି ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ

ଓଏଲ୍ ବ୍ୟୁରୋ: ଲାଗିଲା ନିଆଁ, କବାଡ଼ି ଗୋଦାମରେ ଘଟିଲା ଭୟାବହ ଅଗ୍ନିକାଣ୍ଡ। ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାର ସୂଚନା । କେଉଁ କାରଣରୁ ନିଆଁ ଲାଗି ଜଳିଗଲା କବାଡ଼ି ଗୋଦାମ ତାହା ସ୍ପଷ୍ଟ ହୋଇନାହିଁ।
ଖବର ପାଇ ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ ପାଇଁ ୨ଟି ଦମକଳ ଗାଡି ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛି। ନିଆଁ ଲିଭାଇବାକୁ ଉଦ୍ୟମ ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାର ସୂଚନା ମିଳିଛି। ତେବେ ୩ ଜିଲ୍ଲାରେ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସଂପର୍କ ନଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।